ନିଆଳି ଘଟଣା ନେଇ ପଶୁ ସମ୍ପଦ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରତିକ୍ରିୟା

29

କନକ ବ୍ୟୁରୋ : ନିଆଳି ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି ପଶୁସମ୍ପଦ ମନ୍ତ୍ରୀ ଦାମୋଦର ରାଉତ । ନିଆଳିରେ ଅଘଟଣ ଘଟିଚାଲିଛି । ଗୋଟିଏ ଜଙ୍ଗଲୀ ଜନ୍ତୁ ମେଣ୍ଢାକୁ ମାରୁଛି । ୧୫୦ରୁ ଅଧିକ ମେଣ୍ଢା ମଲେଣି । ଯାହାର ମେଣ୍ଢା ମରୁଛନ୍ତି ସେମାନେ ଗରିବ ଲୋକ । କ୍ଷତିପୂରଣ ପାଇଁ ସରକାର ଚିନ୍ତା କରିବେ ବୋଲି କହିଛନ୍ତି ମନ୍ତ୍ରୀ ଦାମୋଦର ରାଉତ ।

ଯାହାର ମେଣ୍ଢା ମରିଛନ୍ତି ତାଙ୍କ ଅବସ୍ଥା ଦେଖି ସରକାର ବିଚାର କରିବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ । ଜଙ୍ଗଲୀ ଜନ୍ତୁକୁ ଧରିବା ଏତେ ସହଜ ନୁହେଁ । ତାଙ୍କ ବଂଶ ଲୋପ ପାଉଥିବା ବେଳେ ତାଙ୍କୁ ମାରିବା ଆଇନତଃ ଅପରାଧ । ତେଣୁ ତାକୁ କିଭଳି ଧରାଯିବ ସେଥିପାଇଁ ବନବିଭାଗ ଚେଷ୍ଟା କରୁଥିବା ମନ୍ତ୍ରୀ କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –