ସଠିକ ସମୟରେ ସୁଇସ ଗେଟ ନର୍ମାଣ ନସରିବାରୁ ଚିନ୍ତାରେ ଚାଷୀ : ଯଥାଶୀଘ୍ର କାମ ସାରିବା ପାଇଁ ପ୍ରଶାସନକୁ ନିବେଦନ

55

କନକ ବ୍ୟୁରୋ : ସରକାର ଚାଷୀମାନଙ୍କର ବିକାଶ ପାଇଁ କେତେ ଯୋଜନା କରୁଛନ୍ତି । ଏପରିକି ବର୍ତ୍ତମାନ ସମନୟରେ ପାଣିପାଗ ବିଷୟରେ ସୂଚନା ପାଇବା ପାଇଁ ମାଗଣାରେ ମୋବାଇଲ ମଧ୍ୟ ଦେଉଛନ୍ତି । ହେଲେ ପ୍ରକୃତରେ ଚାଷୀମାନେ ଯେପରି ଭାବରେ ଅସୁବିଧାରେ ଥିଲେ ଆଜି ବି ଅନେକ ସ୍ଥାନରେ ସେପରି ଭାବରେ ଅବହେଲଆରେ ରହିଛନ୍ତି । ତେବେ କୃଷିର ବିକାଶ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟ କାରୀ କରିିଥିଲେ ମଧ୍ୟ ତାହା ପ୍ରକୃତ ଚାଷୀଙ୍କ କାମରେ ଠିକ୍ ସମୟରେ ଲାଗି ପାରୁ ନାହିଁ । ଯାହକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସୃଷ୍ଟି କରିଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲି ପାଟଣା ଗ୍ରାମ ନିକଟରେ ଦେବୀ ନଦୀ କୂଳରେ ଜଳସେଚନ ବିଭାଗ ପକ୍ଷରୁ ସୁଇସଗେଟ୍ ନିର୍ମାଣ କାର୍ଯ୍ୟ ଠିକ ସମୟରେ ଶେଷ ହୋଇ ନ ଥିବାରୁ ମାଳମରିଚିପୁର ଅଞ୍ଚଳବାସୀଙ୍କ ଚିନ୍ତା ବଢି ଯାଇଛି । ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟା ପାଣିରେ ଏବେ ବି ହଜାର ହଜାର ହେକ୍ଟର ଚାଷୀ ଜମିରେ ପାଣି ବୁଡି ରହିଛି । ସମୟ ଧାର୍ଯ୍ୟ ମଧ୍ୟରେ ସୁଇସଗେଟ୍ ନିର୍ମାଣ କାର୍ଯ୍ୟ ଶେଷ ନ ହେବା ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଯାହାକୁ ନେଇ ଚାଷ କାମ ବିଳମ୍ବ ହେବା ସହ ୧୦ ହଜାରୁ ଉର୍ଦ୍ଧ ଚାଷ ମାନଙ୍କ ମଧ୍ୟ ଅସନ୍ତୋଷ ବୁଦ୍ଧି ପାଉଛି ।

ତେବେ କାର୍ଯ୍ୟ ବିଳମ୍ବ ପାଇଁ ଠିକାଦରକୁ ଦାୟୀ କରିଛନ୍ତି ବିଭାଗୀୟ ଅଧିକାରୀ । ଚଳିତ ବର୍ଷ ବର୍ଷା ଓ ବନ୍ୟା ପାଣି ଦେବୀ ନଦୀରେ ଆସିବାରୁ ବାଲି ବସ୍ତା ପକାଯାଇ ନଦୀ ବନ୍ଧକୁ ସୁରକ୍ଷିତ ରଖାଯାଉଛି । ତେବେ ଦେବୀ ନଦୀରେ ଯଦି ଅଧିକ ପାଣି ଆସେ ତେବେ ସ୍ଥିତି ଅସମ୍ଭାଳ ହେବ । ପାଖାପାଖି ୩ଟି ପଞ୍ଚାୟତର ୧୦ ହଜାରୁ ଉର୍ଦ୍ଧ୍ୱ ଲୋକ କ୍ଷତିଗ୍ରସ୍ତ ହେବେ । ତେବେ କାର୍ଯ୍ୟ ବିଳମ୍ବ ଯୋଗୁଁ ଦଶବାଟିଆ, ଗଣ୍ଡକୂଳ, ନହରଣା, ବାଲିଝରି, ବାଲିପାଟଣା ଆଦି ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ହାଜର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । ସେପଟେ କେବଳ ନଦୀ ପାଣିକୁ କେବଳ ଡର ତାହା ନୁହେଁ ସମୁଦ୍ରର ଲୁଣି ପାଣିକି ମଧ୍ୟ ଭୟ ରହିଛି । ବାରମ୍ବାର ଏନେଇ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କୈାଣସି ଲଆଭ ମିଳିନାହିଁ । ଓଲଟି ଠିକାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ କାର୍ଯ୍ୟ ବିଳମ୍ବ ହେବା କଥା କହିଛନ୍ତି ଜଳସେଚନ ବିଭାଗର ଜେଇ ଓ ଏସ.ଡିଓ ।

ତେବେ ଏହି କାମ ପାଇଁ ଲୋକମାନେ ବ୍ୟସ୍ତ ନ ହେବା ଲାଗି ପ୍ରଶାସନ କହିଛି । ତେବେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟିକା ଜାଣିବାପରେ ଘଟଣା ସ୍ଥଳକୁ ଯିବାସହ ଯେପରି ଭାବରେ ଚାଷୀମାନେ କୈାଣସି ପ୍ରକାର ଅସୁବିଧାର ସମୁଖୀନ ନହେବେ ସେ ବିଷୟରେ ପଦକ୍ଷେପ ନେବା ପାଇଂ ପ୍ରଶାସନକୁ କହଥିବା ସୂଚନା ମିଳିଛି । ଘଟଣା ପରେ ସ୍ଥାନୀୟ ବିଧାୟକ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟ।ନ କରିବା ସହ ଖୁବ କମ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି । ସେହିପରି ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆସନ୍ତା ୧୨ ରୁ ୧୫ ଦିନ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।