ଫେଲ୍ ମାରିଛି ସ୍ୱଚ୍ଛ ଭାରତ ଅଭିଯାନ ! କଳାହାଣ୍ଡି ଜିଲ୍ଲା ରାଣିପିଟା ଗାଁରେ ପ୍ରହସନ ପାଲଟିଛି ପାଇଖାନା ନିର୍ମାଣ

48

କନକ ବ୍ୟୁରୋ : ଫେଲ୍ ମାରିଛି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନରେ ସରକାର ଗାଁ ଗାଁରେ ଶୈାଚାଳୟ ନିର୍ମାଣ କରିଛନ୍ତି ହେଲେ ସେଠାକୁ ପାଣିର ସୁବିଧା ନାହିଁ । ଜଳ ସଙ୍କଟ ଯୋଗୁଁ ଲୋକେ ପାଇଖାନା ବ୍ୟବହାର କରିପାରୁନଥିବା ଅଭିଯୋଗ ହୋଇଛି । ପିଇବାକୁ ପାଣି ମିଳୁ ନଥିବା ବେଳେ ସରକାରଙ୍କ ପକ୍ଷରୁ ପାଇଖାନା ନିର୍ମାଣ ଏକ ପ୍ରହସନ ବୋଲି କହିଛନ୍ତି ହିତାଧିକାରୀ ।

ଏଭଳି ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାଣିପିଟା ଗ୍ରାମବାସୀ । ଗାଁରେ ଥିବା ପୋଖରିର ଦୁଷିତ ପାଣିକୁ ପିଇବା ପାଣି ରୁପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଆଉ ନଳକୂଅ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ସ୍ୱଚ୍ଛଭାରତ ଅଭିଯାନ ଲୋକଙ୍କ ପାଇଁ କେତେ କାର୍ଯ୍ୟକାରୀ ହେଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –