ଆପଣଙ୍କର ଏହି ଗୋଟିଏ ଭୁଲ ପାଇଁ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଂଟ !

74

ଗତବର୍ଷ ଭାରତରେ ବ୍ୟାଙ୍କ ଡାଟା ସହ ଜଡିତ ଏକ ବଡ ଧରଣର ଖବର ସାମନାକୁ ଆସିଥିଲା । ଯେଉଁଥିରେ ସାରା ଦେଶ ପାଖାପାଖି ୧୯ଟି ବ୍ୟାଙ୍କର ପାଖାପାଖି ୩୨ ଲକ୍ଷ ଡେବିଡ କାର୍ଡ ହ୍ୟାକ୍ ହୋଇଥିଲା । ତେବେ କିଛି ରିପୋର୍ଟରେ ହ୍ୟାକ୍ ହୋଇଥିବା କାର୍ଡର ସଂଖ୍ୟା ୬୨ ଲକ୍ଷ ପର୍ଯ୍ୟନ୍ତ ରହିଛି ବୋଲି ଜଣାପଡିଛି ।

ତଦନ୍ତରୁ ଏକଥା ସାମ୍ନା ଆସିଛି କି ହିମାଚଳପ୍ରଦେଶର ଏକ ଏଟିଏମ ମେସିନ ମଧ୍ୟକୁ କେଉଁଠାରୁ ଭାଇରସ ଆସି ଯାଇଛି । ଯାହାଦ୍ୱାରା ଏହି ଏଟିଏମରେ ବ୍ୟବହୃତ ହୋଇଥିବା କାର୍ଡଗୁଡିକ ଯେଉ ଯେଉଁ ସ୍ଥାନରେ ବ୍ୟବହାର କରାଯାଇଛି ସେସବୁରେ ଭାଇରସ୍ ଚାଲି ଆସିଛି । ଏବଂ ଏହିଭଳି ଭାବେ ପାଖାପାଖି ୩୨ ଲକ୍ଷ ଡେବିଡ୍ କାର୍ଡ ହ୍ୟାକ୍ ହୋଇଛି । ତେବେ ଯଦିଓ ଆମେ ଆପଣଙ୍କୁ ଏହି ଭାଇରସ୍ ସଂପର୍କରେ ଅଧିକ କିଛି ସୂଚନା ଦେଇପାରୁନାହୁଁ । କିନ୍ତୁ କିଛି ଏଭଳି ତରିକା ବିଷୟରେ ନିଶ୍ଚୟ ଜଣାଇବୁ ଯାହାଦ୍ୱାରା ଆପଣ ଆପଣଙ୍କ ବ୍ୟାଙ୍କ ଆକାଉଂଟର ଡାଟା ଚୋରି ହେବାରୁ ରକ୍ଷା କରି ପାରିବେ ।

• ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ କାର୍ଡ ସ୍ଲଟ ଭାରି ଜଣାପଡୁଛି । ଅଥବା କିଛି ଅଜିବ ଲାଗୁଛି ତେବେ ସତର୍କ ହୋଇ ଯାଆନ୍ତୁ । ଆପଣଙ୍କ ଡେବିଡ କାର୍ଡକୁ ହ୍ୟାକ୍ କରିବା ପାଇଁ ହ୍ୟାକର ଏଟିଏମରେ କାର୍ଡ ରିଡର ସ୍ଲଟ୍ ଲଗାଇ ଥାଇପାରେ । ଏହି କାର୍ଡ ରିଡର ଆପଣଙ୍କ କାର୍ଡକୁ ମ।।ଗନେଟିକ୍ ଷ୍ଟ୍ରିପକୁ ରିଡ କରି ଆପଣଙ୍କ ବ୍ୟାଙ୍କ ଆକାଉଂଟର ଡାଟାକୁ କପି କରି ନେଇଥାଏ ଯାହାର ବ୍ୟବହାର ହ୍ୟାକର ଆପଣଙ୍କର ବ୍ୟାଙ୍କ ଆକାଉଂଟ ଖାଲି କରିବାକୁ ପ୍ରୟୋଗ କରିପାରେ ।

• ଯଦି ଆପଣଙ୍କୁ ଏଟିଏମରେ କାର୍ଡର ସ୍ଲର୍ଟ ଢିଲା ଲାଗୁଛି ତେବେ ବି ଆପଣଙ୍କ ଏଟିଏମ୍ ହ୍ୟାକ୍ ହୋଇପାରେ । ଢିଲା ସ୍ଲର୍ଟର ଅର୍ଥ ହେଲା ହ୍ୟାକର ଏଟିଏମରେ ଲେବାନିଜ୍ ଲୁପର ବ୍ୟବହାର କରିଥାଇପାରେ । ଏହା ଏକ ଛୋଟ ଡିଭାଇସ୍ ଅଟେ ଯାହା ଆପଣଙ୍କ କାର୍ଡକୁ ହୋଲ୍ଡ କରି ରଖିଥାଏ । ଆପଣଙ୍କୁ ଲାଗିବ କି ଏଟିଏମ୍ ମେସିନରେ ଆପଣଙ୍କ କାର୍ଡ ଫସି ଯାଇଥିବ ମାତ୍ର ସତ୍ୟ କିନ୍ତୁ ଅଲଗା ଥାଏ ।

• ହ୍ୟାକର ଏହି କାମ ପାଇଁ ଏକ ଫେକ୍ ଫଂଟର ବ୍ୟବହାର କରିଥାଏ । ଫେକ୍ ଫଂଟକୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ । ଏହା ଏଟିଏମକୁ କୌଣସି ପ୍ରକାର ଆୟତ କରି ନେଇଥାଏ । ଯେତେବେଳେ ଆପଣ ମେସିନରେ ନିଜ କାର୍ଡ ବ୍ୟବହାର କରନ୍ତି ତେବେ ହ୍ୟାକର ଆପଣଙ୍କ ଆକାଉଂଟର ସଂପୂର୍ଣ୍ଣ ଡାଟା ଚୋରି କରି ନେଇଥାଏ ।

• ଖାଲି ସେତିକି ନୁହେଁ ଆପଣଙ୍କ କୋର୍ଡ ବା ପିନ୍ ନମ୍ବରକୁ ଜାଣିବା ପାଇଁ ହ୍ୟାକର ଏକ ଛୋଟ କ୍ୟାମେରାର ବ୍ୟବହାର ମଧ୍ୟ କରିଥାଏ । ଏହି କ୍ୟାମେରା ମେସିନରେ କିମ୍ବା ଛାତରେ କେଉଁଠାରେ ଲଗାଯାଇଥାଏ । ଏହି କ୍ୟାମେରା ଆପଣଙ୍କ ପିନକୁ ରେକର୍ଡ କରି ଦେଇଥାଏ । ଯାହାଦ୍ୱାରା ହ୍ୟାକର ଏହାକୁ ବ୍ୟବହାର କରି ଆପଣଙ୍କ ଆକାଉଂଟରୁ ଟଙ୍କା ଉଠାଇ ନେଇଥାଏ ।