ଭାରତରେ ପଢିବ ପାକ୍ ହିନ୍ଦୁ ଝିଅ : ସୁଷମା ବଢେଇଲେ ପ୍ରତିଶୃତିର ହାତ

44

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଶନିବାର ଏକ ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ପାକିସ୍ଥାନୀ ହିନ୍ଦୁ ଝିଅ ଯେଉଁମାନେ ଦିଲ୍ଲୀ ସ୍କୁଲରେ ଆଡମିଶନ ନେଇପାରୁ ନାହାନ୍ତି ସେ ସେମାନଙ୍କୁ ସାହାଯ୍ୟ କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କ ସହ ଆଲୋଚନା କରି ସେ ଏହି ନିଷ୍ପତି ନେଇଛନ୍ତି । sushma-madhu-647_091116082102

ମଧୁ ନାମକ ଜଣେ ପାକିସ୍ଥାନୀ ହିନ୍ଦୁ ନାବାଳିକା ପାଖରେ ଆଧାର କାର୍ଡ ନଥିବାରୁ ସେ ଦିଲ୍ଲୀ ସ୍କୁଲରେ ଆଡମିଶନ ନେଇପାରୁ ନଥିଲେ । କିନ୍ତୁ ମଧୁ ସୁଷମାଙ୍କୁ ଟୁଇଟରରେ କହିବା ପରେ ସୁଷମା ତାଙ୍କ ସହ କଥା ହୋଇଥିଲେ ଓ ତାଙ୍କୁ ସାହାଯ୍ୟ କରିବାକୁ ଚାହିଁଥିଲେ । ଏହା ପ୍ରଥମ ଥର ପାଇଁ ନୁହେଁ ଆଗରୁ ମଧ୍ୟ ସୁଷମା ଜଣେ ୧୭ ବର୍ଷର ଝିଅକୁ ସାହାଯ୍ୟକରି ମେଡିକାଲ କଲେଜରେ ଆଡମିଶନ କରାଇଥିଲେ ।