ନବୀନଙ୍କ ଧୂଆଁବାଣ ଆଉ ବେଶି ଦିନ ଚଳିବନି ! ଯେଉଁ ପାପ କରିଛନ୍ତି ତାକୁ ସୁଧାରିବା ପାଇଁ କରୁଛନ୍ତି ଅନେକ ଯୋଜନା ।

139

ଆସନ୍ତାକାଲି କୃଷକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଳ୍ଳୀ ଯାଉଥିବା ବେଳେ ଏହାକୁ ଡ୍ରାମା କହିଛନ୍ତି କଂଗ୍ରେସ ଲିଡର ସୁରେଶ୍ କୁମାର ରାଉତରାୟ । ଆସନ୍ତୁ କ’ଣ କହୁଛନ୍ତି ଶ୍ରୀ ରାଉତରାୟ ।

ଭାରତରେ କାଲି ଟ୍ରେଡ୍ ୟୁନିୟନ୍ ତରଫରୁ ବନ୍ଦ ଡାକରା ଦିଆଯାଇଛି । ନବୀନ ବାବୁ ଖାଲି ଡ୍ରାମା କରିବାକୁ ତାଙ୍କ ଏମଏଲଏ , ଏମ୍ ପି, ଚେୟାରମ୍ୟାନ୍ ,ସରପଞ୍ଚ ,ସମିତିସଭ୍ୟକୁ ନେଇ ଦିଲ୍ଲୀ ଯାଉଛନ୍ତି । ଯେଉଁ ପାପ କରିଛନ୍ତି ସେଥିରୁ ରକ୍ଷା ପାଇବା ପାଇଁ ନବୀନ ବାବୁ ବିଭିନ୍ନ ପ୍ରକାର ଯୋଜନା ପିଠା ଯୋଜନା,ଚପଲ ଯୋଜନା,ମହିଳାଙ୍କୁ ଆର୍ଥିକ ସାହାଯ୍ୟ ଯୋଜନା,ମୋବାଇଲ୍ ଫୋନ୍ ଏବଂ ସାଇକେଲ୍ ଯୋଜନା ,ଦୁଇ ଟଙ୍କିଆ ଟଙ୍କିକିଆ ଚାଉଳ ଯୋଜନା ଦେଉଛନ୍ତି । ୨୭ ଟଙ୍କାରେ ଚାଉଳ ଭାରତ ସରକାର ଦେଉଛନ୍ତି ନବୀନ ବାବୁ ଟଙ୍କାକରେ ଦେଉଛନ୍ତି କହୁଛନ୍ତି । ଏ ଧୁଆଁବାଣ ଆଉ ବେଶି ଦିନ ଚଳିବ ନାହିଁ । ଓଡିଶାବାସୀ ନବୀନବାବୁଙ୍କୁ ଚିହ୍ନି ସାରିଲେଣି । ଟ୍ରେଡ୍ ୟୁନିୟନ୍ ବନ୍ଦ ପରେ ଆମେ ଚାଷୀ ଆନ୍ଦୋଳନ କରିବୁ ।