ଆଧାର ସଂଯୋଗ ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ରାୟ ! ପ୍ରଧାନବିଚାରପତିଙ୍କ ସମେତ ୫ ଜଣିଆ ଖଣ୍ଡପୀଠ ଶୁଣାଇବେ ରାୟ

40

କନକ ବ୍ୟୁରୋ : ବ୍ୟାଙ୍କ ଖାତା ସମେତ ବିଭିନ୍ନ ସରକାରୀ ଯୋଜନା ଆଧାର ନମ୍ବର ବାଧ୍ୟତାମୂଳକ ଉପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରାୟ ଆଜି ଆସିବ । ଗତକାଲି ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ପ୍ରଧାନ ବିଚାରପତ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ବେଂଚ ଆଜି ଏହି ମାମଲାରେ ଅନ୍ତରୀଣ ରାୟ ଦେବା ସମ୍ଭାବନା ରହିଛି । ଏହି ମାମଲରା ଚୂଡାନ୍ତ ରାୟ ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖରେ ପ୍ରକାଶ କରିବେ ବୋଲି ଜଣାପଡିଛି ।

ଅର୍ଥକାରାବାରରେ ଦେଉଥିବା ଅନୈତିକ କାରବାର ରୋକିବା ପାଇଁ ଆଧାର ଲିଙ୍କର ଆବଶ୍ୟକତା ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସରକାର ସମସ୍ତ ପ୍ରକାର ଆଧାର ଲିଙ୍କର ସମୟସୀମାକୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଆଧାର ନମ୍ବରକୁ ବିଭିନ୍ନ ଯୋଜନାରେ ଯୋଡିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ଏନେଇ କୋର୍ଟରେ ଜାନୁଆରୀ ୧୭ ତାରିଖରୁ ଶୁଣାଣି ହେବ ।

 

ଏବେ ଆସନ୍ତୁ ନଜର ପକାଇବା ଆଧାର କାର୍ଡର ଇତିହାସ ଉପରେ-

– ଜାନୁୟାରୀ ୨୦୦୯ରେ ଆଧାର କାର୍ଡ କରାଯିବା ନେଇ କମିଟି ଗଠନ ହୋଇଥିଲା

– ଆଧାର ହେଉଛି ବିଶ୍ୱର ସବୁଠାରୁ ବଡ ବାୟୋମେଟ୍ରିକ ସିଷ୍ଟମ

– ୩୦ ନଭେମ୍ବର ସୁଦ୍ଧା ୧୧୯ କୋଟି ଲୋକ ଆଧାର କାର୍ଡରେ ନାମ ପଂଜୀକରଣ କରିଛନ୍ତି

– ୨୮ ଜାନୁୟାରୀ ୨୦୦୯ରେ ଆଧାରର କାର୍ଯ୍ୟକାରିତା ନେଇ ଏକ କମିଟି ପ୍ରସ୍ତୁତ ହୋଇଥିଲା

– ମାର୍ଚ୍ଚ ୨୦୧୬ରେ ବ୍ୟାଙ୍କ ଆକାଉଂଟ ସହ ଆଧାର ଲିଙ୍କ ନେଇ ମନି ବିଲ୍ ପାସ୍ ହୋଇଥିଲା

– ମାର୍ଚ ୨୦୧୬ରେ ଆଧାର ଆକ୍ଟ ପାର୍ଲାମେଂଟରେ ପାରିତ ହୋଇଥିଲା

– ନେପାଳ ଓ ଭୁଟାନରେ ଆଧାର କାର୍ଡ ବୈଧ ନୁହେଁ

– ୨୩ ସେପଟେମ୍ବର ୨୦୧୩ ମସିହାରେ ଆଧାର କାର୍ଡକୁ ନେଇ ପ୍ରଥମ ରାୟ ଶୁଣାଇଥିଲେ

– ୧୧ ଅଗଷ୍ଟ ୨୦୧୫ରେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ ଦର୍ଶାଇଥିଲେ

– ୨୭ ମାର୍ଚ ୨୦୧୭ରେ କୋର୍ଟ ଜନମଂଗଳ ଯୋଜନା ପାଇଁ ଆଧାର ବାଧ୍ୟତାମୂଳକ ନୁହଁ ବୋଲି କୋର୍ଟ କହିଥିଲେ

– ୨୪ ଅଗଷ୍ଟ ୨୦୧୭ରେ କୋର୍ଟ ବ୍ୟକ୍ତିଗତ ଅଧିକାର ଦର୍ଶାଇ ଆଧାର ବାଧ୍ୟତାମୂଳକ ନୁହଁ ବୋଲି ଦର୍ସାଇଥିଲେ

– ନଭେମ୍ବର ୨୦୧୭ରେ ସୁପ୍ରିମକୋର୍ଟ ଆଧାର ଶୁଣାଣୀ ଆରମ୍ଭ କରିଥିଲେ ।