ୟୁପିର ଅଜବ ଭୋଟର ତାଲିକା : ବାଲିଆ ଦୁର୍ଗାବତୀଙ୍କ ଫଟୋରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ, ପୂର୍ବ ୟୁପି ମନ୍ତ୍ରୀଙ୍କ ସ୍ଥାନରେ ହାତୀର ଫଟୋ

40

କନକ ବ୍ୟୁରୋ : ୟୁପି ଭୋଟର ତାଲିକାରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ । ଉତ୍ତର ପ୍ରଦେଶ ବାଲିଆରେ ଜାରି ହୋଇଥିବା ଏକ ଭୋଟର୍ ତାଲିକାରେ ଦୁର୍ଗାବତୀ ନାମକ ଜଣେ ମହିଳାଙ୍କ ଫଟୋ ସ୍ଥାନରେ ସନ୍ନି ଲିଓନିଙ୍କ ଫଟୋ ଦେଖିବାକୁ ମିଳିଛି । ବାଲିଆ ବିବେକାନନ୍ଦ କଲୋନିର ବାସିନ୍ଦା ହେଉଛନ୍ତି ଦୁର୍ଗାବତୀ ସିଂ । ତେବେ ତାଲିକାରେ ତାଙ୍କ ଫଟୋ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବଲିଉଡ୍ ଅଭିନେତ୍ରୀଙ୍କ ଫଟୋ ରହିଛି । କେବଳ ସେତିକି ନୁହଁ ସରକାରୀ ୱେବସାଇଟ୍ରେ ମଧ୍ୟ ଏହି ସମାନ ତଥ୍ୟ ନଜର ଆସିଛି । ହାସ୍ୟାସ୍ପଦ ଓ ଚିନ୍ତାଜନକ କଥା ହେଉଛି କେବଳ ଦୁର୍ଗାବତୀଙ୍କ କ୍ଷେତ୍ରରେ ଏହି ଅକ୍ଷମଣୀୟ ଭୁଲ୍ ଦେଖିବାକୁ ମିଳିଛି ତା ନୁହଁ ବରଂ ୟୁପିର ପୂର୍ବ କ୍ୟାବିନେଟ୍ ମନ୍ତ୍ରୀ ନାରଦ ରାୟ, ବରିଷ୍ଠ ଅଧିକାରୀ କୁୱଁର ଅଙ୍କୁର ସିଂ ଓ କୁୱଁର ଗୌରବଙ୍କ କ୍ଷେତ୍ରରେ ମଧ୍ୟ ବିରାଟ୍ ଭୁଲ ହୋଇଛି ।

Sunny Leone, Elephant, Pigeon: Voter List In East UP

ନାରଦ ରାୟଙ୍କ ଫଟୋରେ ଏକ ହାତୀ, କୁୱଁର ଅଙ୍କୁର ସିଂଙ୍କ ଫଟୋରେ ଏକ ହରିଣ ଓ କୁୱଁର ଗୌରବଙ୍କ ଫଟୋରେ ଏକ ପାରାର ଫଟୋ ଜାରି କରାଯାଇଛି । ଜୁଲାଇ ୧୫ ତାରିଖରେ ବାଲିଆ ତହସିଲ୍ ଅଫିସରୁ ଏହି ତାଲିକା ଜାରି କରାଯାଇଛି । ଏହି ଫଟୋ ଠିକ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆର ଘନ ଘନ ପ୍ରଚାର କରୁଛନ୍ତି ଓ ୟୁପିରେ ବିଜେପି ଶାସିତ ସରକାର ରହିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ସଂପୃକ୍ତ ଡାଟା ଏଂଟ୍ରି ଅପରେଟରଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛି ।