ଏଣିକି ରବିବାରରେ ମଧ୍ୟ ହେବ ସରକାରୀ ବିଦ୍ୟାଳୟରେ ପାଠପଢା : ମ୍ୟାଟ୍ରିକ ପରୀକ୍ଷା ଫଳ ଭଲ କରିବା ପାଇଁ ପ୍ରୟାସ

94

କନକ ବ୍ୟୁରୋ : ଏଣିକି ପ୍ରତ୍ୟେକ ରବିବାର ଦିନ ସରକାରୀ ବିଦ୍ୟାଳୟ ଗୁଡିକରେ ପାଠ ପଢାଇବା ପାଇଁ ସରକାର ଚିନ୍ତା କରୁଥିବା ଜଣାପଡିଛି । ସମସ୍ତ ରବିବାରରେ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହିବା ସହ ପିଲାମାନେ ଏହିଦିନ ସ୍କୁଲ ଆସିବେ ବୋଲି ଜଣାପଡିଛି । ତେବେ ଏପରି ଗଜାଂମ ଜିଲ୍ଲା ପ୍ରଥମ ଭାବରେ କରୁଥିବା ଜଣାପଡିଛି । ଜିଲ୍ଲାରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟରେ ଏପରି ପାଠପଢାଇବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଗତ ବର୍ଷ ସାରା ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷା ଫଳ ଏତେ ପରିମାଣରେ ଉତ୍ସାହଜନକ ନଥିଲା ତେଣୁ ଏପରି୍ କରାଯାଉଛିବା ସୂଚନା ମିଳିଛି । ତେବେ ଗଜାଂମ ଜିଲ୍ଲାରେ ଥିବା ମୋଟ ୬୩୮ ଟି ସରକାରୀ ବିଦ୍ୟ।ଳୟରୁ ୩୪୦ ବିଦ୍ୟାଳୟରେ ଫଳ ନୈରାଶ୍ୟ ଜନକ ରହିଥିଲା ।

ତେଣୁ ସେଠାକାର ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାହିଁକି ରେଜଲ୍ଟ ଖରାପ ହେଲାସେ ବିଷୟରେ ଲିଖିତ ଆକାରରେ ଦର୍ଶାଇବା ପାଇଁ କୁହାଯାଇଥିଲା । ଏପଟେ ଆସନ୍ତା ବର୍ଷରୁ କିପରି ଭାବରେ ଫଳ ଭଲ ହେବ ସେନେଇ ସରକାର କୈାଣସି ବ୍ୟବସ୍ଥା ନିଜ ହାତଛଡା କରୁନଥିବା ଦେଖିବାକୁ ମିଳିଛି । ପ୍ରଥମେ ଏପରି ପ୍ରସ୍ତାବ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା ।

ଏହି ରିପୋର୍ଟରେ କୁହାଯାଇଛି ଯେ, ସପ୍ତାହରେ ପିଲାମାନଙ୍କୁ ଯେତିକି ପାଠ ପଢାଯାଉଛି ତାହା ଯଥେଷ୍ଟ ନୁହେଁ ତେଣୁ ରବିବାର ଦିନ ପିଲାମାନଙ୍କୁ ସେମାନଙ୍କ ନିଜ ଇଚ୍ଛାରେ ପାଠ ପଢାଇଲେ ସେମାନେ ନିଶ୍ଚିତ ଭାବରେ ରେଜଲ୍ଟ ଭଲ କରିବେ ବୋଲି ଶିକ୍ଷକମାନେ କହିଛନ୍ତି । କେବେ ଏହି ଦିନ ପିଲାମାନଙ୍କୁ କେବଳ ଗୋଟିଏ କିମ୍ବା ଦୁଇଟି ବିଷୟରେ ପାଠପଢା ଯିବ ବୋଲି ଜଣାପଡିଛି । ଯଦି ଏହା ସଫଳ ହେବ ତେବେ ସାରା ରାଜ୍ୟରେ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବା ଲାଗି ପ୍ରତ୍ୟେକ ରବିବାର ପାଠପଢା ଯିବ ବୋଲି ଜଣାପଡିଛି ।