୫୦ ଟଙ୍କା ପାଇଁ ଜୀବନ ଗଲା ! ସୁନ୍ଦରଗଡ ସରସରା ଗାଁରେ ମା’ ଓ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

36

କନକ ବ୍ୟୁରୋ : ୫୦ଟଙ୍କା ପାଇଁ ଗଲା ଜୀବନ । ସୁନ୍ଦରଗଡ ସରସରା ଗାଁରେ ମା’ ଓ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି । ଗତକାଲି ରାତିରେ ସରସରା ଗାଁର ଲୋଚନ ମୁଣ୍ଡା ତାଙ୍କ ସ୍ତ୍ରୀଙ୍କୁ ୫୦ଟଙ୍କା ମାଗିଥିଲେ । ତେବେ ତାଙ୍କ ସ୍ତ୍ରୀ ହେମା ତାଙ୍କୁ ୨୦ଟଙ୍କା ଦେଇଥିଲେ ଏଥିରେ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ହେମା ଓ ତାଙ୍କ ପୁଅଙ୍କୁ ଲୋଚନ ଆକ୍ରମଣ କରିଥିଲେ ।

ଲୋଚନ ହାତରୁ ଟାଙ୍ଗିଆ ଛଡାଇ ନେଇ ପୁଅ ଚକ୍ର ଓ ସ୍ତ୍ରୀ ହେମା ତାଙ୍କୁ ଆକ୍ରମଣ କରିଥିଲେ ଏଥିରେ ଲୋଚନଙ୍କ ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ମା’, ପୁଅକୁ ଅଟକ ରଖିବା ସହ ମାରଣାସ୍ତ୍ର ଜବତ କରିଛି ।