ସୈତାନ ସାଜିଲା ସନ୍ତାନ : ଜମି କଳିରୁ ବଳି ପଡିଲେ ବାପା

43

କନକ ବ୍ୟୁରୋ :  ବାପା-ମାଙ୍କୁ ଠାକୁରଙ୍କ ଚଳନ୍ତି ପ୍ରତୀମା କୁହାଯାଉଥିବା ଆମ ସଭ୍ୟ ସମାଜରେ, ଭଗବାନ ତୁଲ୍ୟ, ବାପାଙ୍କୁ କିଭଳି ବ୍ୟବହାର କରୁଛି ନିଜ ଜନ୍ମ କଲା ପୁଅ ଏହା ତାର ଜ୍ୱଳନ୍ତ ଉଦାହରଣ । କୋଳେଇ-କାଖେଇ ମଣିଷ କରିଥିବା ଲୋକଟି ଆଜି ଯେତେବେଳେ ଦୁର୍ବଳ ଓ ଅସହାୟ ହୋଇଯାଇଛି-ନିଜର ଶକ୍ତି ଓ ସାମର୍ଥର ପରାକାଷ୍ଠା ଦେଖାଉଛି ସେହି ପୁଅ, ଯିଏ ଦିନେ ଏହି ବୁଢ଼ା ବାପାର ହାତକୁ ସାହାରା କରି ଠିଆ ହେବା ଚାଲି ଶିଖିଥିଲା । ଆଶା ବାଡ଼ିର ସାହାରାରେ ବଂଚୁଥିବା ବୁଢ଼ା ବାପାକୁ ତଂଟିିଆ ମାରି ଘରୁ ବାହାର କରି ଦେଇଛି-ବେଶପୋଷାକରେ ସଭ୍ୟ ଓ ଶିକ୍ଷତ ଲାଗୁଥିବା ଯୁବକ । ଭାଇ-ଭାଇ ମଧ୍ୟରେ ସଂପତି ଭାଗବଂଟାକୁ ନେଇ ଚାଲିଥିବା ବିବାଦରେ ବଳି ପଡ଼ିଛନ୍ତି ବୃଦ୍ଧବାପ। ।

ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଚିତ୍ର ପଛର କାହାଣୀ ହେଉଛି ପୁରୀ କୁମ୍ଭାରଥାନା ଅଂଚଳର । କେଳୁଚରଣ ତିୱାରୀଙ୍କ ଦୁଇ ପୁଅ, ସୁବାସ ତିୱାରୀ ଏବଂ କୈଳାସ ତିୱାରୀଙ୍କ ମଧ୍ୟରେ ସଂପତ୍ତିକୁ ନେଇ ବିବାଦ ଲାଗି ରହିଛି । ଯେଉଁଥିରେ ବୃଦ୍ଧ ବାବା କେଳୁଚରଣକୁ ଦାୟୀ କରି ବିଧା-କୋଇଠା ସହ ତଂଟିଆ ମାରି ଘରୁ ବାହାର କରି ଦେଉଛି-ସାନ ପୁଅ ସୁବାଶ ତିୱାରୀ ।ଏହି ସଂପତ୍ତି ବିବାଦକୁ କେନ୍ଦ୍ରକରି ଗତ ବର୍ଷ ମାର୍ଚ୍ଚ ମାସରେ ଦୁଇ ପୁଅଙ୍କ ପକ୍ଷରୁ ଥାନାରେ ମାମଲା ବି ହୋଇଥିଲା । ହେଲେ ଗତ ଜୁଲାଇ ମାସର ଏହି ଘଟଣାରେ ଯେତେବେଳେ ପୁଅଙ୍କ ନାଁରେ କେଳୁଚରଣ ଥାନାରେ ଅଭିଯୋଗ କରିଥିଲେ- ତାଙ୍କୁ ଗିରଫ ହେବାକୁ ମଧ୍ୟ ପଡ଼ିଥିଲା ।

ଆଇନ-କାନୁନର ଲମ୍ବା ଫର୍ଦ ଏବଂ କୋର୍ଟଙ୍କ ଦୃଷ୍ଟାନ୍ତମୂଳକ ରାୟର ରହିଛି ଅନେକ ନଜିର ।
-ବୃଦ୍ଧ ବାପା-ମାଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱ ହେଉଛି ପିଲାଙ୍କର । ଏଥିରେ ହେଲା କଲେ ସେମାନଙ୍କୁ ଜେଲ ବି ଯିବାକୁ ପଡ଼ିପାରେ- ବିଧେୟରେ ବ୍ୟବସ୍ଥା
– ବାପା-ମାଙ୍କ ଘର ଉପରେ ସନ୍ତାନଙ୍କ କୌଣସ ଆଇନଗତ ଅଧିକାର ନାହିଁ । ବାପା-ମା ଇଚ୍ଛାଧିନ ଭାବରେ ପୁଅଙ୍କୁ ଘରେ ରଖିପାରିବେ- ଦିଲ୍ଲୀ ହାଇକୋର୍ଟ
-ବୁଢ଼ା ବାପା-ମାଙ୍କୁ ଅବହେଳା କରୁଥିଲେ ପୁଅ, ନିଜ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ କରିପାରିବେ- ସୁପ୍ରିମକୋର୍ଟ
– ବୃଦ୍ଧ ବାପା-ମାଙ୍କ ରକ୍ଷଣାବେକ୍ଷଣ ନେଇ ଆଇନ ରହିଛି
– ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଆଇନ୍ ରହିଛି
ଆଉ ଏସବୁ ପରେ ପୁରୀର ଏହି ଅସଭ୍ୟ ସନ୍ତାନ, ବାପାଙ୍କୁ ତଂଟିିଆ ମାରି ଘରୁ ବାହାର କରିବାକୁ ପଛାଉ ନାହାଁନ୍ତି ।