ଫେସବୁକରେ ସ୍ୱାମୀ-ସ୍ତ୍ରୀ ଓ ସନ୍ଦେହର କାହାଣୀ ! ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଆତ୍ମହତ୍ୟାର ଚରମପନ୍ଥା ଆପଣାଇଲେ ଜୀବନସାଥୀ

33

କନକ ବ୍ୟୁରୋ : ମୃତ୍ୟୁ ପୂର୍ବରୁ ଫେସବୁକରେ ଜଣେ ସ୍ୱାମୀର ଶେଷ କଥା । ନବବିବାହିତା ସ୍ତ୍ରୀର ମାନସିକ ନିର୍ଯାତନା ସୀମା ଟପିଯିବା ପରେ ପାଖରେ ଆତ୍ମହତ୍ୟା ଛଡା ଆଉ ବାଟ ନାହିଁ । ଫେସବୁକରେ ଶେଷ କଥା କହିବାର କିଛି ଘଂଟା ପରେ ଗାଁ ପାଖ ବରଗଛରେ ମିଳିଛି ଝୁଲନ୍ତା ମୃତଦେହ ।

ପ୍ରତି କ୍ଷଣ ମରିବା ଅପେକ୍ଷା ଥରେ ଜୀବନ ହାରିଦେବା ଭଲ । ସ୍ତ୍ରୀର ଅକଥନୀୟ ନିର୍ଯାତନାରେ ଧୈର୍ଯ୍ୟହରା ଶାନ୍ତନୁଙ୍କ ଏଥିଲା ଶେଷ ଦି ପଦ କଥା । ପ୍ରଥମେ ନିଶା ବଟିକା ଖାଇଲେ ଆଉ ତାପରେ ଜୀବନ ଯିବା ଯାଏଁ ନିଜକୁ ଝୁଲାଇଦେଲେ । ମାର୍ଚ୍ଚ ୨, ୨୦୧୭ । ଆଜିକୁ ଠିକ୍ ୮ ମାସ ତଳେ ବାହାହୋଇଥିଲେ ଶାନ୍ତନୁ । ବାଙ୍ଗାଲୋରରେ ଚାକିରି କରୁଥିବା ଶାନ୍ତନୁଙ୍କ କଟକର ଜଣେ ଯୁବତୀଙ୍କ ସହ ବିବାହ ହୋଇଥିଲା । ହେଲେ ବାହାଘରର ମାସେ ପୁରିନି ପଦାକୁ ଆସିଥିଲା ନବବିବାହିତା ସ୍ତ୍ରୀର ପୁରୁଣା ପ୍ରେମ । ଆଉ ସେହି ସମ୍ପର୍କ ଶାନ୍ତନୁଙ୍କ ସ୍ୱପ୍ନର ସଂସାରରେ ଆଣିଥିଲା ବଡ ଧରଣର ଝଡ ।

ଜୀବନଯୁଦ୍ଧରେ ଯେପରି ହାରିଯାଇଥିଲେ ଶାନ୍ତନୁ । ଯନ୍ତ୍ରଣା ଏତେ ଥିଲା ଯେ, ପାଖରେ ଆଉ ଉପାୟ ନଥିଲା । ଶାନ୍ତନୁ ସିନା ଜୀବନ ହାରିଦେଲେ ହେଲେ ପରିବାରକୁ ଏକା କରିଦେଲେ । ଫେସବୁକରେ ଶେଷକଥା କହିବା ସହ ମୃତ୍ୟୁପୂର୍ବରୁ ୪ ପୃଷ୍ଠାର ଚିଠି ଛାଡିଯାଇଛନ୍ତି ଶାନ୍ତନୁ ।