ସୁଦତା ପଟ୍ଟନାୟକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

41

ଯୋଗଜନ୍ମା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ତାଙ୍କ ଝିଅ ସୁଦତା ପଟ୍ଟନାୟକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର କରିଥିଲା କନକ ନ୍ୟୁଜ । ଜାନକୀ ପଟ୍ଟନାୟକ ଏକାଧାରରେ ଥିଲେ ସାମ୍ବାଦିକ, ସାହିତ୍ୟକ, ଏବଂ ରାଜନେତା । ଝିଅ ସୁଦତା ପଟ୍ଟନାୟକ ତାଙ୍କ ବାପା ଙ୍କୁ ଜଣେ ସାମ୍ବାଦିକ,ଏବଂ ସାହିତ୍ୟକ ଭାବରେ ଭଲ ପାଆନ୍ତି । ବାପା ଜଣେ ସ୍ଥିତପ୍ରଜ୍ଞ ପୁରୁଷ ଥିଲେ ଏବଂ ରାଜନୀତି କ୍ଷେତ୍ରରେ ସେ ଥିଲେ ଏକ ମାଇଲଖୁଂଟ । ରାଜନୀତିର ଉତଥାନ ଏବଂ ପତନ ସବୁ ସମୟରେ ସେ ତାଙ୍କ ବାପାଙ୍କୁ ଦେଖିଛନ୍ତି ସେ କେମିତି ବିଚଳିତ ନ ହୋଇ ସବୁ ସ୍ଥିତିକୁ ସାମ୍ନା କରିଥାନ୍ତି । ସୁଦତା ପଟ୍ଟନାୟକ କହିଥିଲେ ମୋର ରାଜନୀତି ରେ କେବେ ଇଚ୍ଛା ନଥିଲା ଆଉ ବାପା ମଧ୍ୟ ମୋତେ କେବେ ବାଧ୍ୟ କରିନଥିଲେ ରାଜନୀତି କୁ ଆସିବା ପାଇଁ , କିନ୍ତୁ ମୋ ଝିଅ ମାନେ ଚାହିଁଲେ ରାଜନୀତି କରିବେ ସେଥିରେ ମୋର କୈାଣସି ଆପତି ନାହିଁ । ରାଜନୀତି ରେ କୁଟନୀତିର ପ୍ରଭାବ ଦରକାର, କିନ୍ତୁ କୁଟନୀତି କୁ ନକରାତ୍ମକ ଭାବରେ ଭାବିବାଉଚିତ ନୁହଁ । ଅଧିକ ତଥ୍ୟ ପାଇଁ ଦେଖିବା କନକ ନ୍ୟୁଜ ର ସ୍ୱତନ୍ତ୍ର ସାକ୍ଷାତକାର :-