୨୨ତମ ଏସିଆନ୍ ଆଥଲେଟିକ୍ସରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଖେଇବେ କମାଲ୍ ! ତିଆରି କରିବେ ବାଲିର କୋଣାର୍କ

31

କନକ ବ୍ୟୁରୋ : ଆସନ୍ତା ମାସରେ ଭୁବନେଶ୍ୱରରେ ହେବାକୁ ଯାଉଛି ୨୨ତମ ଏସିଆନ୍ ଆଥଲେଟିକ୍ସ । ଚାରିଆଡେ ଚାଲିଛି ପଚାର ପ୍ରସାର । ଆଉ ଏହାରି ଭିତରେ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଖାଇବେ ନିଜ କଳାର ଚାତୁରୀ । ତିଆରି କରିବେ ବାଲିର କୋଣାର୍କ । ନିଜେ ସେ ଏହି କଥା କହିଛନ୍ତି ।

ଜୁଲାଇ ୫ ତାରିଖରେ , ଏସିଆନ୍ ଆଥଲେଟିକ୍ସର ଉଦଘାଟନ ଦିବସ ପୂର୍ବରୁ ସେ ଏହି କଳାକୃତୀକୁ ପ୍ରଦର୍ଶିତ କରିବେ ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ । ପାଖାପାଖି ୯ଟନ୍ ର ବାଲି ଆବଶ୍ୟକ ହେବ ଏହି ବାଲିର କୋଣାର୍କ ନିର୍ମାଣ ପାଇଁ ଏବଂ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଲାଗିବ ୪ଦିନ । ଏହାର ମୁଖ୍ୟ ଲକ୍ଷ୍ୟ ହେବ , ଏହି ଅନ୍ତର୍ଜାତୀୟ ସ୍ପୋର୍ଟ ଇଭେଣ୍ଟରେ ଦେଶ ଓ ବିଦେଶର ସବୁ ଅଂଶ ଗ୍ରହଣକାରୀଙ୍କୁ ଓଡିଶାର କଳା ଓ ସଂସ୍କୃତି ସହ ପରିଚିତ କରାଇବା ।