ପ୍ରିୟଙ୍କା ଗାନ୍ଧୀ ଜଣେ ମାନସିକ ରୋଗୀ, ଲୋକଙ୍କୁ ମାଡ ମାରନ୍ତି : ସୁବ୍ରମଣ୍ୟମ ସ୍ୱାମୀ

153

ରାଜନୀତିରେ ପାଦ ଦେଉ ଦେଉ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଆକ୍ରମଣ ହେବା ଆରମ୍ଭ ହୋଇଯାଇଛି । ବିଜେପି ନେତା ପ୍ରତିଦିନ ତାଙ୍କ ଉପରେ କିଛି ନା କିଛି ଟିପ୍ପଣୀ କରୁଛନ୍ତି । ଏହି ନେତାଙ୍କ ମଧ୍ୟରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ନାଁ ଯୋଡି ହୋଇଯାଇଛି । ସେ ପ୍ରିୟଙ୍କା ଗାନ୍ଧୀଙ୍କୁ ମାନସିକ ରୋଗୀ ଦର୍ଶାଇ କହିଛନ୍ତି କି, ସେ ଲୋକଙ୍କୁ ମାଡ ମାରନ୍ତି । ଜଣା ନାହିଁ କେତେବେଳେ ସେ ତାଙ୍କର ସନ୍ତୁଳନ ହରାଇଦେବେ ।

ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି କି, “ତାଙ୍କୁ ଏକ ରୋଗ ହୋଇଛି, ଯାହାକି ସାର୍ବଜନିକ ଜୀବନରେ ଅନୁକୂଳ ଓ ଉପଯୁକ୍ତ ନୁହେଁ । ତାକୁ ବାଇପୋଲାରିଟି କୁହନ୍ତି ଅର୍ଥାତ୍ ତାଙ୍କର ହିଂସାବାଦୀ ଚରିତ୍ର ଦେଖାଯାଏ । ଲୋକଙ୍କୁ ମାଡ ମାରନ୍ତି । ପବ୍ଲିକକୁ ଜାଣାଥିବା ଦରକାର ଯେ, ସେ କେତେବେଳେ ଭାରସାମ୍ୟ ହରାଇଦେବେ, ଏହା କାହାକୁ ବି ଜଣାନାହିଁ ।”

ପ୍ରିୟଙ୍କାଙ୍କ ଉପରେ ହେଉଥିବା ରାଜନୈତିକ ଆକ୍ରମଣକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ସମର୍ଥନରେ କରୁଛନ୍ତି । ରାହୂଲ କହିଛନ୍ତି କି, ପ୍ର୍ରିୟଙ୍କା ରାଜନୀତିରେ ହଠାତ୍ ଆସି ନାହାଁନ୍ତି । ସେ ତାଙ୍କ ପିଲାମାନେ ବଡ ହେବା ପରେ ଦଳର ଦାୟିତ୍ୱ ସମ୍ଭାଳିବାର ନିଷ୍ପତ୍ତି ନେଇଛନ୍ତି ।