ସମୂଦ୍ର ଭିତରେ ମାନବ ଶୃଙ୍ଖଳ ! ଗୋଟିଏ ପରିବାରକୁ ବଞ୍ଚାଇଲେ ୮୦ ଜଣ ଅଜଣା ବ୍ୟକ୍ତି । ଆଜିର ଭଲ ଖବର

98

ସେଦିନ ଜୁଲାଇ ମାସ ୮ ତାରିଖର ସନ୍ଧ୍ୟା ସମୟ ଥିଲା, ପାନାମାର ସମୂଦ୍ର କୂଳରେ ଦେଖାଗଲା ଏକ ଅଦ୍ଭୁତ ତଥା ଲୋମଟାଙ୍କୁୁରା ଦୃଶ୍ୟ । ଜେସିକା ଓ ଡ଼େରେକ ନାମକ ହଳେ ଦମ୍ପତି ସେହି ସମୟରେ ସମୂଦ୍ର କୂଳରେ ବୁଲାବୁଲି କରୁଥିଲେ । ତାଙ୍କ ନଜରରେ ପଡ଼ିଲା ଏହି ଦୃଶ୍ୟ । ଯେତେବେଳ ପ୍ରଥମ ଥର ପାଇଁ ସେମାନେ ସମୂଦ୍ରକୁ ଚାହିଁଲେ ଏକ ସାର୍କକୁ ଦେଖିଲା ପରି ଅନୁଭବ କଲେ ।

କିନ୍ତୁ ନିକଟରୁ ଦେଖିଲାବେଳେ ଜାଣିବାକୁ ପାଇଲେ ସମୂଦ୍ରରେ ପାଖାପାଖିି ୫୦ରୁ ଅଧିକ ଲୋକ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି । ପଚାରୁ ପଚାରୁ ଜଣାପଡ଼ିଲା ଏକ ଛୋଟ ପୁଅକୁ ବଞ୍ଚାଇବା ପାଇଁ ତା’ ମା ସମୂଦ୍ର ଜୁଆରରେ ଫସି ଯାଇଥିଲେ । ତା’ପରେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାର ଅନ୍ୟ ସଦସ୍ୟ ଓ ଆଉ ୪ ଜଣ ସନ୍ତରଣକାରୀ ସେହି ଶକ୍ତିଶାଳୀ ସାମୂଦ୍ରିକ ଜୁଆର ଆଡ଼କୁ ଟାଣି ହୋଇଯାଇଥିଲେ ।

ତା’ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ଜୁଆରରେ ଫସିରହିଥିବା ଲୋକମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏମିତିରେ ସେହି ସମୂଦ୍ର ଜୁଆର ଏତେ ଶକ୍ତିଶାଳୀ ଥିଲା ଯେ ସେଠାରୁ କେହି ବାହାରି ଆସୁ ପାରୁନଥିଲେ । ଉକ୍ତି ପରିବାରକୁ ବଞ୍ଚାଇବାକୁ ଯାଇ ତିଆରି ହୋଇଥିଲା ୮୦ ଜଣ ଅଜଣା ବ୍ୟକ୍ତିଙ୍କ ମାନବ ଶୃଙ୍କଳ ।

ସେମାନଙ୍କ ଏପରି ଅବସ୍ଥାରେ ଦେଖି ଜେସିକା ଓ ସମନ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚିନ୍ତା କଲେ । ଜେସିକା ଜଣେ ଦକ୍ଷ ତଥା ଭୟଶୁନ୍ୟ ସନ୍ତରଣକାରୀ ଥିଲେ । ସେହି ସମୟରେ ସମୂଦ୍ର କୂଳରେ ଡ୍ୟୁଟିରେ କେହି ଲାଇଫଗାର୍ଡ଼ ମଧ୍ୟ ନଥିଲେ । ସମୂଦ୍ର ତଟରେ ସୋମନଙ୍କୁ ରକ୍ଷା କରିବା ପାଇଁ ସେମତି ଉପକରଣ ମଧ୍ୟ ନଥିଲା । ଏପଟେ ସମସ୍ତେ ଜୀପନ ବଞ୍ଚାଇବା ପାଇଁ ଜୋରରେ ଚିତ୍କର କରୁଥିଲେ ।

ସାମୂଦ୍ରକ ଜୁଆର ଭିିତରେ ଫସିଥିବା ଲୋକମାନେ ପାଖାପାଖି ୨୦ ମିନିଟ ଧରି ସେଠାରେ ଫସି ରହିଥିଲେ । ଜୀବନ ବଞ୍ଚାଇବା ପାଇଁ ସେମାନେ ଅନବରତ ଚେଷ୍ଟା କରିବାରେ ଲାଗିଲେ । ସେମାନେଙ୍କ ପାଖରେ କିଛି ଉପକରଣ ନଥିଲା ସହ କିନ୍ତୁ ନିଜ ହାତ ଗୋଡ଼ର ବ୍ୟବହାର କରି ସେମାନେ ସାମୂଦ୍ରିକ ଜୁଆରରୁ ବାହରିବା ପାଇଁ ଚେଷ୍ଟା କରୁଥିଲେ ।

ଶେଷରେ ଜେସିକା ଓ ଡେରେକ ସେଠାରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ । ଜେସିକା ଜଣେ ଦକ୍ଷ ସନ୍ତରଣକାରୀ ହୋଇଥିବାରୁ ସେ ଭଲଭାବରେ ସମୂଦ୍ରର ଗତିବିଧି ବିଷୟରେ ଜାଣିଥିଲେ । ସମସ୍ତଙ୍କ ସହାୟତାରେ ପ୍ରଥମେ ଛୋଟ ଛୁଆମାନଙ୍କୁ ସେହି ଜୁଆର ଭିତରୁ ରକ୍ଷା କରାଗଲା । ତ’ପରେ ପରେ ଅନ୍ୟମାନଙ୍କୁ ସେହି ଜୁଆରରୁ ବାହାର କରାଗଲା ।

ଉଦ୍ଧାର ପରେ ଜୁଆର ଭିତରେ ଫସି ରହିଥିବା ଉକ୍ତ ପରିବାର ଜଣେ ସଦସ୍ୟ କହିଛନ୍ତି, ଏବେ ବି ମଣିଷ ପଣିଆ ବଞ୍ଚିଛି । ଏବେ ବି ଦୁନିଆରେ ଭଲ ଲୋକ ଅଛନ୍ତି । ନହେଲେ ଆମକୁ ବଞ୍ଚାଇବା ପାଇଁ ଏତେ ଜଣ ଅଜଣା ଲୋକ ବାହାରି ଆସିନଥାନ୍ତେ । ଭଗବାନଙ୍କ ଦୟାରୁ ଆମକୁ ଏତେ ଲୋକ ସାହାଯ୍ୟର ହାତ ବଢ଼ାଇଲେ ଓ ଆମେ ବଞ୍ଚିଗଲୁ ବୋଲି ସେ କହିଛନ୍ତି ।

                                                     ସୌଜନ୍ୟ- ଏନଡ଼ିଟିଭି.କମ