ଏଥର ବି ଆଗରେ ଛାତ୍ରୀ ! ଦେଖନ୍ତୁ ସିବିଏସଇର ୩ ଟପ୍ପରଙ୍କ କାହାଣୀ

70

ଆଜି ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ରକ୍ଷା ଗୋପାଳ ନାମକ ଜଣେ ଝିଅ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ ରଖିଛନ୍ତି ୯୯ ଦଶମିକ୍ ୬ ପ୍ରତିଶତ ମାର୍କ । କେତେକ ବିଷୟରେ ତାଙ୍କର ଗୋଟିଏ ବି ନମ୍ବର କାଟି ପାରିନାହାନ୍ତି ପରୀକ୍ଷକ । ସେପଟେ ଭୁବନେଶ୍ୱର ଜୋନରେ ବାଣିଜ୍ୟରେ ୯୮ଦଶମିକ୍ ୪ ପ୍ରତିଶତ ମାର୍କ ଟପ୍ପର ହୋଇଛନ୍ତି ସୌମ୍ୟା ସମ୍ଭବୀ । ଅନ୍ୟପଟେ ବିଜ୍ଞାନରେ ୯୮ଦଶମିକ୍ ୨ ପ୍ରତିଶତ ମାର୍କ ରଖି ପ୍ରତୀକ ସାହୁ ଓଡିଶାର ନାଁ ରଖିଛନ୍ତି । ଦେଖନ୍ତୁ ଏହି ୩ ଟପ୍ପରଙ୍କ କାହାଣୀ ।

vlcsnap-2017-05-28-21h11m29s958ରକ୍ଷା ଗୋପାଳ । ଭଲ ପାଠ ପଢି କେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ମାର୍କ ରଖିହେବ ରକ୍ଷା ହେଉଛନ୍ତି ତାର ଏକ ଉଦାହରଣ । ୩ଟି ବିଷୟରେ ୧୦୦ରୁ ୧୦୦ ଓ ୨ଟି ବିଶୟରେ ୯୯ ମାର୍କ ରଖି ସାରା ଭାରତରେ ଟପ୍ପର ହୋଇଛନ୍ତି । ଇଂରାଜୀ, ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ଗୋଟିଏ ବି ମାର୍କ କାଟିପାରି ନାହାନ୍ତି ପରୀକ୍ଷକ । ସେହିପରି ମନସ୍ୱତ୍ୱ ବିଜ୍ଞାନ ଓ ଇତିହାସ ପାଠରେ ସେ ରଖିଛନ୍ତି ୯୯ ମାର୍କ । ରବିବାର ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ୯୯.୬ ପ୍ରତିଶତ ମାର୍କ ରଖି ସାରା ଦେଶରେ ଟପ୍ପର ହୋଇଛନ୍ତି ନୋଏଡାସ୍ଥିତ ଆମିଟି ଇଂଟରନ୍ୟାସନାଲ ସ୍କୁଲର ଏହି ଛାତ୍ରୀ ।

vlcsnap-2017-05-28-21h12m11s734ସୌମ୍ୟା ସମ୍ଭବୀ । ଏକାଗ୍ର ହୋଇ ପଠା ପଢଲେ କେମିତି ସର୍ବାଧିକ ମାର୍କ ରଖିବା ସମ୍ଭବ ତାହା ପ୍ରମାଣ କରି ଦେଖାଇଛନ୍ତି ସୌମ୍ୟା । ଓଡିଶା, ପଶ୍ଚିମବଙ୍ଗ ଓ ଛତିଶଗଡ ତିନିଟି ରାଜ୍ୟକୁ ନେଇ ଭୁବନେଶ୍ୱର ଜୋନରେ ବାଣିଜ୍ୟରେ ଟପ୍ପର ହୋଇଛନ୍ତି ସୌମ୍ୟା ସମ୍ଭବୀ । ୯୮.୪ ପ୍ରତିଶତ ମାର୍କ ରଖିଛନ୍ତି ସୌମ୍ୟା । ତାଙ୍କର ଏହି ସଫଳତାରେ ସାଇ ଇଂଟରନ୍ୟାସନାଲ ସ୍କୁଲରେ ଉତ୍ସବର ମାହୋଲ । ବିହାର ବେଗୁସୁରାଇର ଏହି ଝିଅ ପରିବାର ସହ ଅନୁଗୁଳରେ ରହୁଛନ୍ତି । ଆଗକୁ ଚାଟାର୍ଡ ଆକାଉଂଟାଂଟ ହେବାକୁ ଇଚ୍ଛା ରଖିଛନ୍ତି ସେ ।

vlcsnap-2017-05-28-21h12m35s436ପ୍ରତୀକ କୁମାର ସାହୁ । ବିଜ୍ଞାନ ପାଠରେ ରଖିଛନ୍ତି ୯୮ ପ୍ରତିଶତରୁ ଅଧିକ ମାର୍କ । ଇଂଜିନିୟର ହେବାକୁ ଲକ୍ଷ୍ୟ ରଖି ଦ୍ୱାଦଶ ଶ୍ରେଣୀରେ ଭଲ କରିବାକୁ ପରୀକ୍ଷାରେ ବସିଥିଲେ । ଆଉ ଏବେ ୯୮.୨ ପ୍ରତିଶନ ନମ୍ବର ରଖି ଟପ୍ପର ହୋଇଛନ୍ତି । ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲର ଛାତ୍ର ପ୍ରତୀକ କୁମାର ସାହୁ । ଭଦ୍ରକ ଜିଲ୍ଲାର ମୂଳ ବାସିନ୍ଦା ପ୍ରତୀକ, ଏବେ ପରିବାର ସହ ଭୁବନେଶ୍ୱର ନୟାପଲ୍ଲୀରେ ରହୁଛନ୍ତି । ଆଗକୁ ଆଇଆଇଟିରେ ପାଠ ପଢିବାକୁ ଇଚ୍ଛା ରଖିଛନ୍ତି ।

ଏକାଗ୍ର ଚିତ୍ତ ହୋଇ ନିଜ ଲକ୍ଷ୍ୟ ହାସଲ ପାଇଁ ପାଠ ପଢିଲେ ଅସମ୍ଭବକୁ ବି ସମ୍ଭବ କରିହେବ, ତାର ପ୍ରମାଣ ଦେଇଛନ୍ତି ଏହି ଟପ୍ପରମାନେ । ନିଜ ନିଜ ସବଜେକ୍ଟରେ ସର୍ବାଧିକ ମାର୍କ ରଖି ପରିବାର ଓ ଶିକ୍ଷାନୁଷ୍ଠାନକୁ ଗର୍ବିତ କରିଛନ୍ତି ।