ଶ୍ରୀମନ୍ଦିର ହୁଣ୍ଡି ଗଣତି ବେଳେ ଚୋରି : ପୁଲିସ ହାତରେ ଧରାପଡିଲେ ଶ୍ରୀମନ୍ଦିରର ପିଅନ

23

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ହୁଣ୍ଡିରୁ ଲୁଟ୍ । ହୁଣ୍ଡିରୁ ଟଙ୍କା ଗଣିବା ବେଳେ ଲୁଟ୍ କରି ଗିରଫ ହୋଇଛନ୍ତି ଶ୍ରମନ୍ଦିର ପିଅନ ଉମା ରଥ । ତାଙ୍କୁ ନିଲମ୍ବିତ କରିବା ପାଇଁ ମନ୍ଦିର ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ନାଟମଣ୍ଡପ ନିକଟରେ ଥିବା ହୁଣ୍ଡିରୁ ସବୁଦିନ ପରି ଗତକାଲି ମଧ୍ୟ ଟଙ୍କା ଗଣାଯାଇଥିଲା । ତେବେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଗଣା ଯାଉଥିବା ଟଙ୍କାରୁ ୨ଟି ଦୁଇ ହଜାର ଟଙ୍କିଆ ନୋଟ୍ ପକେଟରେ ଲୁଚାଇ ଦେଇଥିଲେ ଉମା । ଏହାକୁ ଦେଖିଥିଲେ ଜଣେ ମନ୍ଦିର ପୁଲିସ । ସେ ତୁରନ୍ତ ଏହି କଥାକୁ ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ । ଏବଂ ସିସିଟିଭି ଯାଂଚରୁ ଉମା ଟଙ୍କା ଚୋରି କରିଥିବା କଥା ସ୍ପଷ୍ଟ ହୋଇଥିଲା । ତାପରେ ମନ୍ଦିର ପୁଲିସ ଉମାଙ୍କୁ ଗିରଫ କରିଛି ।