ରୀମା ଲାଗୁ ହୋଇଥିଲେ ଶ୍ରୀଦେବୀଙ୍କ ଇଗୋର ଶିକାର ! ସିନେମା ‘ଗୁମରାହ’ରୁ ଅନେକ ସିନ୍ କଟାଇ ଦେଇଥିଲେ ହୱା ହୱାଇ ଗର୍ଲ

53

୯୦ ଦଶକର ସୁପରଷ୍ଟାର୍ ଥିଲେ ହୱା ହୱାଇ ଗର୍ଲ ଶ୍ରୀଦେବୀ । ବି-ଟାଉନରେ ଶ୍ରୀଦେବୀ ଜଣେ ମାତ୍ର ଅଭିନେତ୍ରୀ ଥିଲେ ଯାହାଙ୍କ କଥା ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ ସମସ୍ତେ ମାନିଯାଉଥିଲେ । ତେବେ ଶୁଣିବାକୁ ମିଳିଛି ଲୋକପ୍ରିୟତା ସହ ଶ୍ରୀଦେବୀଙ୍କର ଇଗୋ ମଧ୍ୟ ବଢିଚାଲିଥିଲା । ଏପରିକି ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଅନ୍ୟ ତାରକା ମାନଙ୍କ କ୍ୟାରିୟରକୁ ମଧ୍ୟ ବାଜିରେ ଲଗାଇବାକୁ ପଛାଉନଥିଲେ ।

ଶ୍ରୀଦେବୀଙ୍କ ଏହି ଇଗୋର ଶିକାର ହୋଇଥିଲେ ସ୍ୱର୍ଗତଃ ରୀମା ଲାଗୁ । ଘଟଣାଟି ହେଉଛି ୧୯୯୩ରେ ଆସିଥିବା ସିନେମା ‘ଗୁମରାହ’ ସମୟର । ଏହି ସିନେମାରେ ଶ୍ରୀଦେବୀଙ୍କ ମା’ ଚରିତ୍ରରେ ନଜର ଆସିଥିଲେ ରୀମା । ତେବେ ରୀମାଙ୍କ ଭୂମିକା ଅଧିକ ଦମଦାର୍ ଥିବାରୁ ଶ୍ରୀଦେବୀ ତାଙ୍କର ଅନେକ ସିନରେ କଇଁଚି ଲଗାଇ ଦେଇଥିଲେ । ଅର୍ଥାତ୍ ସିନେମାର ଅନେକ ସିନରୁ ରୀମାଙ୍କ ରୋଲକୁ କାଟି ଦେଇଥିଲେ ।

ଏମିତିରେ ଶ୍ରୀଦେବୀଙ୍କ ଷ୍ଟାଟସ୍ ଏବଂ ଲୋକପ୍ରିୟତା ସେ ସମୟରେ କମ୍ ନଥିଲା । ତଥାପି ନିଜ କୋ- ଷ୍ଟାରଙ୍କୁ ଅଧିକ ପ୍ରଶଂସା ମିଳିଲେ ସେ ଟିକେ ଚିନ୍ତିତ ହୋଇଯାଉଥିଲେ । ଆଉ ଶ୍ରୀଦେବୀଙ୍କର ଏହି ଇଗୋର ଶିକାର ହୋଇଥିଲେ ସ୍ୱର୍ଗତଃ ରୀମା ଲାଗୁ ।