ମହାନଦୀ ଅବବାହିକାରେ ସମାନ୍ୟ ବନ୍ୟା ପରିସ୍ଥିତି : ଏସଆରସି କହିଲେ ତତ୍ପର ଅଛନ୍ତି ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

33

କନକ ବ୍ୟୁରୋ: ମହାନଦୀ ଅବବାହିକାରେ ଜିଲ୍ଲାରେ ସମାନ୍ୟ ବନ୍ୟା ପରିସ୍ଥିତି ନେଇ ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା । ଉପରମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ସୋନପୁର,ଆଠମଲ୍ଲିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋନପୁରର ବୀରମହାରାଜପୁର ରାସ୍ତାର କ୍ଷୟକ୍ଷତି ହୋଇଛି । ଆଠମଲ୍ଲିକର ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ରିଲିଫ ପରିସ୍ଥିତି ସୃଷ୍ଟି ହୋଇନାହିଁ କିନ୍ତୁ ମହାନଦୀ ଅବବାହିକା ଜିଲ୍ଲାଗୁଡିକରେ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଏହାସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫ, ଓଡ୍ରଫ ଟିମ୍ ଓ ବୋଟ୍ ପ୍ରସ୍ତୁତ ଅଛନ୍ତି । ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ।

ସୂଚନା ମୁତାବକ ବନ୍ୟାଜଳରେ ସୋନପୁର ବୀରମହାରାଜପୁର ରାସ୍ତା କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଅନ୍ୟପଟେ ଆଠମଲ୍ଲିକ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏହାକୁ ନେଇ ଜିଲ୍ଲାପାଳ ଏବଂ ସମସ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ସଜାଗ ଅଛନ୍ତି । ବିପଦ ସଂକୁଳ ସ୍ଥାନରେ ବିଶେଷ କଡା ନଜର ରଖାଯାଇଛି ବୋଲି ଏଦସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ସେପଟେ ମୁଣ୍ଡଳିରେ ମହାନଦୀର ଉଗ୍ରରୂପ । ସକାଳୁ ସକାଳୁ ମୁଣ୍ଡଳି ଛୁଇଁଛି ହୀରାକୁଦରୁ ୨୫ଟି ଗେଟ୍ ଦେଇ ଛଡାଯାଇଥିବା ବନ୍ୟାଜଳ ।

କଟକ ମୁଣ୍ଡଳି ବ୍ୟାରେଜ୍ ଦେଇ ଏବେ ପ୍ରବାହିତ ହେଉଛି ୬ ଲକ୍ଷ ୧୦ ହଜାର କ୍ୟୁସେକ୍ ପାଣି । ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ୮ ଦଶମିକ ୫ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳିରେ ପହଁଚିବା ପରେ ମହାନଦୀ ଫୁଲି ଉଠିଛି । ଜଳସ୍ତର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ମୁଣ୍ଡଳି ବ୍ୟାରେଜ୍ ଦେଇ ଗତକାଲି ସୁଦ୍ଧା ୬ ଲକ୍ଷ ୨୫ ହଜାର ୯୭୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ବଡ଼ ଧରଣର ବନ୍ୟା ନହେଲେ ମଧ୍ୟ ଏହି ପାଣି ଯୋଗୁ ମହାନଦୀର ତଳମୁଣ୍ଡରେ ଥିବା ଗାଁ ଜଳମଗ୍ନ ହେବାର ଆଶଙ୍କା ସୃ୍ଷ୍ଟି ବୋଲି ଏସଆରସି କହିଛନ୍ତି ।