ଏଣିକି ପିଏଫ ବାବଦକୁ କେତେ ଟଙ୍କା ଦରକାର ତାହା ନିଷ୍ପତି କରିବେ ଖାତାଧାରକ ! ହେଲେ ଗୋଟିଏ ସର୍ତ୍ତରେ

35

କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି (ଇପିଏଫଓ)ର ୫ କୋଟିରୁ ଅଧିକ ଖାତାଧାରକଙ୍କୁ ଖୁବ୍ ଶୀଘ୍ର ହିଁ ନିଜର ପ୍ରୋଭିଡେଂଟ ଫଣ୍ଡ ରାଶିକୁ ସେୟାର ବଜାରରେ ନିବେଶ କରିବାର ବିକଳ୍ପ ମିଳିବା ସହିତ ଏହା ଉପରେ ନିଷ୍ପତି ନେବାର ଅଧିକାର ମଧ୍ୟ ପ୍ରଦାନ କରାଯିବ । ଏକ୍ସଚେଂଜ ଟ୍ରେଣ୍ଡ ଫଣ୍ଡ (ଇଟିଏଫ) ଜରିଆରେ ଏଭଳି କରିପାରିବେ । ଏଯାବତ ପିଏଫ ରାଶିର ନିର୍ଦ୍ଧାରିତ ୧୫ ପ୍ରତିଶତ ଭାଗ ହିଁ ସେୟାର ବଜାରରେ ନିବେଶ କରାଯାଇଥାଏ । ବର୍ତ୍ତମାନ ଇପିଏଫଓର ଖାତାଧାରକଙ୍କ ନିକଟରେ ନିଜର ଜମା ରାଶିର ନିବେଶକୁ ନେଇ ନିଷ୍ପତି ନେବାର କୌଣସି ବିକଳ୍ପ ପୂର୍ବରୁ ଦିଆଯାଇନଥିଲା ।

ତେବେ ଇପିଏଫଓ ସଂପର୍କିତ ନିଷ୍ପତି ନେଉଥିବା ସଂସ୍ଥା ବା ସେଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି (ସିବିଟି)ର ଶୁକ୍ରବାର ହୋଇଥିବା ଏକ ବୈଠକରେ ଖାତାଧାରକଙ୍କୁ ଏପ୍ରକାରର ବିକଳ୍ପ ଦେବା ନେଇ ନିଷ୍ପତି ନିଆଯାଇଛି । ଯାହାଦ୍ୱାରା ଖାତାଧାରକ ସେୟାର ବଜାରରେ କରୁଥିବା ନିବେଶକୁ ନିର୍ଧାରିତ ସୀମାରେ ବୃଦ୍ଧି-ହ୍ରାସ କରିପାରିବେ ।

ସେହିପରି ସଂସ୍ଥା ଇପିଏଫରେ ନିଜର ନିବେଶ ରାଶିର ୧୫ ପ୍ରତିଶତ ଭାଗ ହିଁ ନିବେଶ କରିପାରନ୍ତି । ଇପିଏଫଓ ତରଫରୁ ଅଗଷ୍ଟ ମାସ,୨୦୧୫ରେ ନିବେଶ କରିବା ଆରମ୍ଭ କରିଥିଲା । ୨୦୧୫-୧୬ ମଧ୍ୟରେ ନିବେଶର ରାଶି ମଧ୍ୟରୁ ୫ ପ୍ରତିଶତର ହିଁ ନିବେଶ କରାଯାଇଥିଲା । ୨୦୧୬-୧୭ ରେ ଏହା ୧୦ ଏବଂ ୨୦୧୭-୧୮ରେ ଏହା ୧୫ ପ୍ରତିଶତ ରହିଥିଲା । ଇପିଏଫଓ ୨୮ ଫେବୃଆରୀ ସୁଦ୍ଧା ୧୭.୨୩ ପ୍ରତିଶତର ରିଟର୍ଣ୍ଣ ସହିତ ଇଙ୍କିଏଫରେ ୪୧,୯୬୭.୫୧ କୋଟି ଟଙ୍କାର ନିବେଶ କରିରଖିଛି ।