ଖରାଦିନେ ଜୋତା ଏବଂ ପାଦରୁ ଦୁର୍ଗନ୍ଧ ବାହାରୁଛି କି? ଆପଣାନ୍ତୁ ଘରୋଇ ଉପଚାର ।

66

ବର୍ତ୍ତମାନ ଗ୍ରୀଷ୍ମଦିନ ଚାଲିଥିବାରୁ ପ୍ରଚଣ୍ଡ ଖରାର ତାପରୁ ଶରୀରକୁ ଟାନରୁ ରକ୍ଷା କରିବା ପାଇଁ ଆମେ ଦେହକୁ ସମ୍ପୂର୍ଣ୍ଣ ରୁପେ ଘୋଡାଇ ରଖିଥାଉ । ଦେହର ଅନ୍ୟ ଅଙ୍ଗ ଭଳି ପାଦକୁ ମଧ୍ୟ ଘୋଡାଇ ରଖିବା ପାଇଁ ଆମେ ବୁଟ କିମ୍ବା ସୁଜ୍ ପିନ୍ଧି ଥାଉ । କିନ୍ତୁ ଅଧିକ ସମୟ ସୁଜ୍ ପିନ୍ଧିବା ପରେ ଏହା ଗନ୍ଧାଇଥାଏ । ଯାହା ଫଳରେ ଅଫିସରେ ହେଉ କିମ୍ବା ସାଙ୍ଗମାନଙ୍କ ମେଳରେ ଜୋତାକୁ ନେଇ ଆମକୁ ବହୁତ ହଇରାଣ ହେବାକୁ ପଡେ । ଜୋତା ପାଇଁ ପାଦ ମଧ୍ୟ ଅତ୍ୟନ୍ତ ଦୁର୍ଗନ୍ଧ ହୋଇଥାଏ । ଏଥିପାଇଁ ଲୋକଙ୍କୁ ଅନେକ ସ୍ଥାନରେ ଲଜ୍ଜିତ ହେବାକୁ ମଧ୍ୟ ପଡ଼ିଥାଏ । ତେବେ କିଛି ଘରୋଇ ଉପାୟ ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ଦୂରହୋଇ ପାରିବ। ଆସନ୍ତୁ ଜାଣିବା ପାଦ ଦୁର୍ଗନ୍ଧ ଦୂର କରିବାର ଘରୋଇ ଉପାୟ।
କିଛି ବ୍ୟକ୍ତିଙ୍କର ପାଦ ସେମାନେ ପିନ୍ଧିଥିବା ଜୋତା ପାଇଁ ଦୁର୍ଗନ୍ଧ ହୋଇଥାଏ । ଏଥିପାଇଁ ଆପଣ ବେକିଙ୍ଗ ସୋଡ଼ା ଦ୍ୱାରା ପାଦ ଏବଂ ଜୋତାକୁ ଧୋଇ ପାରିବେ। ଏହା ଦ୍ୱାରା ଦୁର୍ଗନ୍ଧ ନ ଦେବା ସହ ପାଦ ମଧ୍ୟ ଭଲ ରହିଥାଏ ।
ଜୋତାରୁ ଦୁର୍ଗନ୍ଧ ଦୂର କରିବାର ଆଉ ଏକ ଉପାୟ ହେଉଛି ତାହାକୁ କିଛି ସମୟ ପାଇଁ ଖରାରେ ଶୁଖାଇଦେବା । ଏହା ଦ୍ୱାରା ଜୋତାରେ ଲାଗିଥିବା ଝାଳ ଶୁଖିବା ସହ ଏହା ଦୁର୍ଗନ୍ଧ ମୁକ୍ତ ହୋଇଥାଏ ।ସପ୍ତାହରେ ୨ ଦିନ ପାଦକୁ ଅଧାଘଣ୍ଟା ପାଇଁ ଚା ପାଣିରେ ବୁଡ଼ାଇ ରଖିଲେ ଏଥିରୁ ବାହାରିବା ର୍ଦୁଗନ୍ଧ ଦୂର ହୋଇଥା । ଜୋତା ପିନ୍ଧି ବାହାରକୁ ଯିବା ସମୟରେ ଦୁଇଟି ଟି ବ୍ୟାଗ୍ ଜୋତରେ ରଖି ଯାହାନ୍ତୁ ସେତେଟା ଦୁର୍ଗନ୍ଧ ହେବନାହିଁ ।