ମୋବାଇଲ ସାହାଯ୍ୟରେ କରିପାରିବେ ରୋଜଗାର, ମୋଦି ସରକାର ଦେଉଛନ୍ତି ସୁଯୋଗ ! ୧୪ ଏପ୍ରିଲରୁ ଆରମ୍ଭ ହେଉଛି ଯୋଜନା

60

ଡିଜିଟାଲ ନେଣଦେଣକୁ ବଢ଼ାଇବା ପାଇଁ ସରକାର ପୁରା ଚେଷ୍ଟା ଚଳାଇଛନ୍ତି । ଯଦି ଆପଣ ବି ଡିଜିଟାଲ ନେଣଦେଣ କରୁଛନ୍ତି, ତେବେ ଆପଣଙ୍କୁ ଫାଇଦା ହେବ । ଡିଜିଟାଲ ନେଣଦେଣକୁ କିପରି ବୃଦ୍ଧିି ପାଇବ ସେନେଇ ୧୪ ଏପ୍ରିଲ କ୍ୟାସବ୍ୟାକ ଓ ଇଇନସେଣ୍ଟିଭ ଯୋଜନା ଆରମ୍ଭ ହେବାକୁ ଯାଉଛି । ଭୀମ ଆପର କ୍ୟାସବ୍ୟାକ ଅଫରରେ ଗ୍ରାହକଙ୍କୁ ଏବେ ଅନ୍ୟ ଆପ ପରି କ୍ୟାସବ୍ୟାକ ମିଳିବ । ୧୦୦ ଟଙ୍କାରୁ କମ ନେଣଦେଣ ଉପରେ ୫୧ ଟଙ୍କା ମିଳିବ । ୨୦ ୟୁନିଟ୍ ନେଣଦେଣ ଉପରେ ଟ୍ରାନଜାକ୍ସନ ହିସାବରେ ୨୫ ଟଙ୍କା ମିଳିବ ।

ଏହାବ୍ୟତୀତ ଆଉ ଅଧିକ ୨୫ ରୁ ୫୦ ଟ୍ରାନଜାକ୍ସନ ଉପରେ ଫିକ୍ସଟ ଡିପୋଜିଟ୍ ୧୦୦ ଟଙ୍କା ମିଳିବ । ଏହାପରେ ୫୦-୧୦୦ ଟ୍ରାନଜାକ୍ସନ ଉପରେ ପିକ୍ସଟ ଡିପୋଜିଟ୍ ୨୦୦ ଟଙ୍କା ମିଳିବ । ଅନ୍ୟପଟେ ସମସ୍ତ ଟ୍ରାନଜାକ୍ସନ ଉପରେ ୨୦୦ ଟଙ୍କା ମିଳିବ । ଅନ୍ୟପଟେ ୧୦୦ରୁ ଅଧିକ ଟ୍ରାନଜାକ୍ସନ ଉପରେ ୨୫୦ ଟଙ୍କା ମିଳିବ । ନୂଆ ଯୋଜନା ଅନୁସାରେ ଏକ ମାସରେ ୨୦୦୦ ଟଙ୍କାର ଟ୍ରାନଜାକ୍ସନ କରିବା ପରେ ବ୍ୟବସାୟୀଙ୍କୁ ୨-୫୦ ଟଙ୍କା ପ୍ରତି ଟ୍ରାନଜାକ୍ସନ ଇନସେଣ୍ଟିଭ ମଳିବ । ତେବେ ଆସନ୍ତୁ ଜାଣିବା ଏହି ଆପକୁ କିପରି ବ୍ୟବହାର କରିହେବ ।

କିପରି ବ୍ୟବହାର କରିବେ ଭୀମ୍ ଆପ୍ –
ସର୍ବପ୍ରଥମେ ଗୁଗଲ ପ୍ଲେ-ଷ୍ଟୋରରୁ ଭୀମ ଆପ୍ ଡାଉନଲୋଡ଼୍ କରନ୍ତୁ । ଏହାପରେ ନିଜର ବ୍ୟାଙ୍କ ଆକାଉଂଟକୁ ଏହି ଆପରେ ରେଜିଷ୍ଟର କରନ୍ତୁ । ବ୍ୟାଙ୍କ ଖାତା ରେଜିଷ୍ଟର କରିବା ସହ ନିଜର ଏକ ୟୁପିଆଇ ପିନ୍ ସେଟ୍ କରନ୍ତୁ । ୟୁଜରଙ୍କୁ ମୋବଇଲ ନମ୍ବର ହିଁ ପେମେଂଟର ଠିକଣା ହେବ । ରେଜିଷ୍ଟ୍ରେସନ ପୁରା ହୋଇଯିବା ପରେ ଆପଣ ଭୀମ ଆପରୁ ଟ୍ରାନଜାକ୍ସନ ଆରମ୍ଭ କରିପାରିବେ ।

ଏହି ଆପରେ ଆପଣ ସାଙ୍ଗ, ଦୂରରେ ଥିବା ପରିବାର ଲୋକ ଓ ଉପଭୋକ୍ତାଙ୍କୁ ଟଙ୍କା ପଠାଇପାରିବେ । ଭୀମ ଆପ ଟ୍ରାନଜାକ୍ସନ ରେଜିଷ୍ଟର ମୋବାଇଲ ନମ୍ବର ଅର୍ଥ ପେମେଣ୍ଟ ଆଡ଼୍ରେସ ଉପରେ ଟଙ୍କା  ପଠାଯାଇପାରିବ । ଆପଣ ବିନା ୟୁପିଆଇ ସୁବିଧା ଉପଲବ୍ଧ ଥିବା ବ୍ୟାଙ୍କକୁ ମଧ୍ୟ ଟଙ୍କା ନେଣଦେଣ କରିପାରିବେ । ଏଥିପାଇଁ ଆପଣଙ୍କୁ ଏମଏଆଇଡ଼ି ଓ ଆଇଏଫଏସସି ସୁବିଧାର ସ।ହଯ୍ୟ ନେବାକୁ ପଡ଼ିବ । ଆପଣ କୌଣସି ଅନ୍ୟ ରେଜିଷ୍ଟର ମୋବାଇଲ ନମ୍ବର କିମ୍ବା ୟୁଜରଙ୍କ ଠାରୁ ଟଙ୍କା ପାଇବା ପାଇଁ ରିକ୍ୱେଷ୍ଟ ପଠାଇପାରିବେ ।

ଭୀମ ଆପ ସହ ବ୍ୟାଙ୍କ ଖାତାର ଲିଙ୍କ କରି କିଣାକିଣି କିମ୍ବା ନେଣଦେଣ କରିବପାରିବେ । ଏବଂ ସାଧାସଧା ନିଜ ଖାତାକୁ ଟଙ୍କା ଟ୍ରାନ୍ସଫର କରିପାରିବେ । ମୋବାଇଲ ଫୋନରେ ଏହାକୁ ଡାଉନଲୋଡ଼୍ କରିବା ପରେ ଞ୍ଚ୯୯’ ଟାଇପ କରିବା ପରେ ଏହାର ମେନ୍ୟୁ ଖୋଲିଯିବ । ଏଠାରୁ ଆପଣ ସମସ୍ତ ପ୍ରକାର ସୂଚନା ପାଇପାରିବେ ।

ବ୍ୟାଙ୍କ ଆକାଉଂଟ ପାଇଁ ୟୁପିଆଇ ପିନ୍ କେମିତି ସେଟ୍ କରିବେ ?
ସର୍ବପ୍ରଥମେ ଭୀମ ଆପ ମେନୁକୁ ଯାଆନ୍ତୁ । ଆଉ ତା’ପରେ ଖାତାକୁ ଚୟନ କରନ୍ତୁ । ତା’ପରେ ସେଟ୍ ୟୁପିଆଇ ପିନ୍ ଅପ୍ସନକୁ ଚୟନ କରନ୍ତୁ । ଆଉ ତା’ପରେ ନିଜ ଡେବିଟ କାର୍ଡ଼ର ଏକ୍ସପାରୀ ଡେଟ୍ ସହ ଏଟିଏମ/ଡେବିଟ୍ କାର୍ଡ଼ ନମ୍ବର ଦେବାକୁ ପଡ଼ିବ । ଏହାପରେ ଆପଣଙ୍କ ପାଖକୁ ଏକ ଓଟିପି ଆସିଯବ । ଓଟିପିକୁ ଆପରେ ଦେବା ପରେ ଆପଣ ନିଜର ୟୁପିଆଇ ପିନ ତିଆରି କରିପାରିବେ ।

ଭୀମ ଆପ ଜରିଆରେ ଥରକେ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ନେଣଦେଣ ହୋଇପାରିବ । ଗୋଟିଏ ଦିନରେ ୨୦ ହଜାର ଟଙ୍କା ନେଣଦେଣ ସୀମା ନିର୍ଦ୍ଧାରଣ କରିଛନ୍ତି । ଏହା ପୂର୍ବରୁ କିଛି କିଣାକିଣି କରିବା ପାଇଁ ଆପଣଙ୍କୁ ନିଜର କ୍ରେଡ଼ିଟ୍ କିମ୍ବା ଡେବିଟ୍ କାର୍ଡ଼ ଅନଲାଇନ୍ ବ୍ୟାଙ୍କିଂର ବ୍ୟବହାର କରିପାରିବେ ।