ମାତ୍ର ୧,୫୦୦ଟଙ୍କା ଦେଇ ନେଇଯାଆନ୍ତୁ ନିଜ ମନପସନ୍ଦର ବାଇକ୍ । ଜାଣନ୍ତୁ କେଉଁ କଂପାନୀ ଦେଉଛି ଏଭଳି ସୂବର୍ଣ୍ଣ ସୁଯୋଗ

170

ଯଦି ଆପଣ ବି ନୂଆ ମୋଟରସାଇକେଲ ବା ବାଇକ୍ କିଣିବାକୁ ଇଚ୍ଛା ରଖିଛନ୍ତି ଏବଂ ଏଥିପାଇଁ ଆପଣଙ୍କ ନିକଟରେ ଅର୍ଥର ଅଭାବ ରହିଛି ତେବେ ବି ଆପଣ ଗାଡି କିଣିପାରିବେ । ଆଉ ସେପୁଣି ପୂରା ଟଙ୍କା ନଦେଇ ଏବଂ ଏକ ନୂଆ ବାଇକ୍ । ଅର୍ଥାତ୍ ଆପଣ କିଛି ମାତ୍ରାରେ ଟଙ୍କା ଦେଇ ଆପଣଙ୍କ ମନପସନ୍ଦର ଗାଡି କିଣିପାରିବେ । ଏକଥା ଆମେ କହୁନାହିଁ ବରଂ ଏଭଳି ଏକ ଆକର୍ଷଣୀୟ ଅଫର ଭେଟି ଦେଉଛି ଏକ କଂପାନୀ । ଯେଉଁଥିରେ ଆପଣ ପ୍ରତିମାସରେ ମାତ୍ର କିଛି ଟଙ୍କା ଦେଇ ଏକ ନୂଆ ମୋଟରସାଇକେଲ କିଣିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . . ।

 

 

‘ବଜାଜ ଅଟୋ’ ନାମକ ଏକ କଂପାନୀ ଭେଟି ଦେଉଛି ଏଭଳି ଏକ ଦମଦାମ ଅଫର । କଂପାନୀର ଏହି ଅଫର ଆଧାରରେ ଆପଣ ପ୍ରତିମାସ ମାତ୍ର ୧,୬୭୮ ଟଙ୍କା ଦେଇ ଏକ ନୂଆ ବାଇକ୍ କିଣିପାରିବେ । ଅର୍ଥାତ୍ ଆପଣଙ୍କୁ ମାତ୍ର ୧,୬୭୮ ଟଙ୍କାର ଇଏମଆଇ  ବାବଦକୁ ଦେବାକୁ ପଡିବ । ଆଉ ଏହି ଅଫରରେ ଆପଣ ନୂଆ ଡିସକଭର ୧୨୫ କିଣିପାରିବେ । ଏହି ବାଇକର ବାସ୍ତବ ମୂଲ୍ୟ ଆରମ୍ଭ ହେଉଛି ୫୩ ହଜାର ୧୭୧ ଟଙ୍କାରୁ ।  ଏହି ଗାଡିରରେ ୧୨୪.୬ସିସିର ଇଂଜିନ ରହିଛି । ଏଥିସହିତ ଏଥିରେ ୫ଟି ଗିଅର ମଧ୍ୟ ରହିଛି । ଏହି ବାଇକର ଟପ ସ୍ପିଡ ୧୦୦ କିଲୋମିଟର ପ୍ରତି ଘଂଟା ରହିଥିବା ବେଳେ ଏଥିରେ ୮ ଲିଟର ପେଟ୍ରୋଲ ଭରିବାର କ୍ଷମତା ରହିଛି ।

 

ତେବେ କଂପାନୀ ଦାବି କରିଛି କି, ଏହି ମୋଟରସାଇକେଲରେ ବ୍ୟବହୃତ ୧୨୫ସିସି ଡିଟିଏସ-ଆଇ ଇଂଜିନ ବର୍ତ୍ତମାନ ବଜାରରେ ଅନ୍ୟ ଗାଡିମାନଙ୍କ ତୁଳନାରେ ୩୦ ପ୍ରତିଶତ ଅଧିକ ପାୱାର ଦେଇଥାଏ । ଏଥିସହିତ ବଜାଜର ଏହି ମୋଟରସାଇକେଲର ଅନେକ ଭଲ ଫିଚର୍ସ ମଧ୍ୟ ରହିଛି ।

ସୌଜନ୍ୟ : ନ୍ୟୁଜ୍-୧୮