ଆପଣଙ୍କ ଫେସବୁକ୍ ପାସୱାର୍ଡ ଅନ୍ୟ କାହା ପାଖରେ ନାହିଁ ତ? ମାତ୍ର ଗୋଟିଏ କ୍ଲିକରେ ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତର

35

ଆପଣଙ୍କ ଫେସବୁକ୍ ପାସୱାର୍ଡ ଅନ୍ୟ କାହା ପାଖରେ ନାହିଁ ତ ? ଏପରି ହୋଇନି ତ ଆପଣଙ୍କର ଫେସବୁକ ଆକାଉଂଟକୁ କେହି ଆପଣଙ୍କ ବିନା ଅନୁମତିରେ ତଥା ଅଜାଣତରେ ବ୍ୟବହାର କରୁନାହାଁନ୍ତି ତ?ଯଦି ଆପଣଙ୍କ ମନରେ ମଧ୍ୟ ଏସବୁ ପ୍ରଶ୍ନ ଉଙ୍କି ମାରୁଥାଏ, ତେବେ ଆପଣଙ୍କୁ ଏଥିପାଇଁ ଆଦୌ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଆଜି ଆମେ ଆପଣଙ୍କୁ ଏଭଳି କିଛି ସରଳ ଉପାୟ ସଂପର୍କରେ ଅବଗତ କରାଇବୁ ଯାହା ଦ୍ୱାରା ଆପଣ ଅତି ସହଜରେ ଜାଣିପାରିବେ କି ଆପଣଙ୍କ ଫେସବୁକ୍ ଆକାଉଂଟକୁ କେଉଁଠି ଏବଂ କେଉଁ ଗ୍ୟାଜେଟରେ ବ୍ୟବହାର କରାଯାଇଛି । ତେବେ ଆସନ୍ତୁ ଜାଣିବା. . .

• ସର୍ବ ପ୍ରଥମେ ଆପଣ ଆପଣଙ୍କ ଫେସବୁକର ସେଟିଂକୁ ଯାଆନ୍ତୁ ।

• ଏଠାରେ ଆପଣଙ୍କୁ ସିକ୍ୟୁରିଟି ଆଣ୍ଡ ଲଗଇନ ଅପସନ ନଜର ଆସିବ, ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।

• ଏହାପରେ ଏଠାରେ ଏକ ନୂଆ ପେଜ ନଜର ଆସିବ । ଆଉ ଏଥିରେ ଆପଣଙ୍କୁ ସେହି ସମସ୍ତ ଗ୍ୟାଜେଟ ସୋ କରିବ , ଯେଉଁଥିରେ ଆପଣଙ୍କର ଫେସବୁକ୍ ଆକାଉଂଟ ଲଗଇନ କରାଯାଇଥିବ । ଏଥିସହିତ ହିଁ ଏଠାରେ ଆପଣଙ୍କୁ ସେହି ଡିଭାଇସ ମଧ୍ୟ ନଜର ଆସିବ, ଯେଉଁଥିରେ ଆପଣଙ୍କର ଫେସବୁକ୍ ଆକାଉଂଟ ଆକ୍ଟିଭ ହୋଇଥିବ ।

• ସେହିପରି, ଏଠାରେ ଗ୍ୟାଜେଟ୍ ସହିତ ଆପଣ ସ୍ଥାନ, ସମୟ ଏବଂ ଟାଇମିଂ ଆଦିର ବି ସୂଚନା ପାଇପାରିବେ ।

• ଏହାର ଠିକ୍ ତଳେ ଲଗ ଆଉଟ ଅଫ ଅଲ ସେସନ୍ସ ବି ନଜର ଆସିବ । ଏହା ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ଫେସବୁକ ଆପଣଙ୍କୁ ପୁଣି ଥରେ ପ୍ରଶ୍ନ କରିବ କି ଲଗ ଆଉଟ ଉପରେ କ୍ଲିକ କରନ୍ତୁ । ଏଥିରେ କ୍ଲିକ କରିବା କ୍ଷଣି ହିଁ ଆପଣଙ୍କର ଆକାଉଂଟ ପ୍ରତି ଡିଭାଇସରୁ ଲଗ-ଆଉଟ୍ ହୋଇଯିବ ।

• ତେବେ ଆପଣ ଲଗଇନ ପେଜକୁ ଯାଇ ପାସୱାର୍ଡରୁ ନେଇ ସିକ୍ୟୁରିଟି ପର୍ଯ୍ୟନ୍ତ ଅପଡେଟ କରିପରିବେ ।