ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଂଜିଲାଲର ସରିଲା ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ : ପାଟଣାଗଡ ଏସଡିଜେଏମ କୋର୍ଟରେ ହାଜର ପରେ ଗଲେ ଜେଲ

45

କନକ ବ୍ୟୁରୋ : ପୁଣି ଜେଲ ଗଲା ପାଟଣାଗଡ ପାର୍ସଲ ବୋମା ବିସ୍ୱୋରଣର ମୁଖ୍ୟ ଖଳନାୟକ ପୁଂଜିଲାଲ ମେହେର । ଆଜି ମୃତ୍ୟୁର ସୌଦାଗର ପୁଂଜିଲାଲର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଛି । ପାଟଣାଗଡ ହସ୍ପିଟାଲରେ ପୁଂଜିଲାଲର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପାଟଣାଗଡ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଦୁଇ ଦୁଇ ଥର ରିମାଣ୍ଡରେ ନେଇ କ୍ରାଇମବ୍ରାଂଚ ପୁଂଜିଲାଲ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି । ରାୟପୁର ଯାଇ ପାର୍ସଲ ବୋମା ପଠାଇବା ଘଟଣାର ଡେମୋ ଦେଖାଇଛି ପୁଂଜିଲାଲ । ପୂର୍ବରୁ ପୁଂଜିଲାଲକୁ କ୍ରାଇମବ୍ରାଂଚ ରାୟପୁର ନେଇଥିଲା । କୋରିୟର ସଂସ୍ଥାରେ ସେ କିଭଳି ପାର୍ସଲ୍ ପଠାଇଥିଲା ତାହାର ବିସ୍ତୃତ ବିବରଣୀ କ୍ରାଇମବ୍ରାଂଚକୁ ଦେଇଥିଲା ମୁଖ୍ୟ ଅଭିଯୁକ୍ତ । ଏବେ କ୍ରାଇମବ୍ରାଂଚ ଅଟୋ ଚାଳକଙ୍କୁ ଖୋଜିବା ଆରମ୍ଭ କରିଛି ।

ସୂଚନାଯାଗ୍ୟ ଯେ ଗତ ଫେବ୍ରୁଆରି ମାସ ୨୩ ତାରିଖରେ ଅଧାପକ ରବୀନ୍ଦ୍ର ସାହୁ ଓ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜୁୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହର ୫ ଦିନ ପରେ ଘରକୁ ଏକ ପାର୍ସଲ ଆସିଥିଲା। ଏହି ଗିଫ୍ଟ ପାର୍ସଲକୁ ଖୋଲିଲା ବେଳେ ଏହା ବିସ୍ଫୋରଣ ଘଟି ସୌମ୍ୟଶେଖର, ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ନବବଧୁ ରୀମା ଗୁରୁତର ଭାବେ ଆହତ ହୋଇଥିଲେ।