ମ୍ୟାନ ଅଫ୍ ଦି ମ୍ୟାଚ୍ ପରେ ହାର୍ଦ୍ଦିକଙ୍କୁ ନେଇ ଚର୍ଚ୍ଚା ! ପଡିଆରେ କ୍ରୋଧିତ ହୋଇ କଣ କହିଥିଲେ ଏହି ଯୁବ ତାରକା ?

137

ରବିବାର ଆଇପିଏଲ୍ ମ୍ୟାଚରେ ଖେଳାଯାଇଥିବା ମୁମ୍ବାଇ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଜିତା ପଟ ମାରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର କର ବା ମର ମ୍ୟାଚର ବିଜୟ ପଛର ହିରୋ ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଟାଇଟେଲ ମଧ୍ୟ ମିଳିଛି । ଏହା ସହ ହାର୍ଦ୍ଦିକ ଚଳିତ ଆଇପିଏଲର ସର୍ବାଧିକ ୧୩ ୱିକେଟ୍ ହାସଲ କରି ପର୍ପଲ କ୍ୟାପ୍ ହକଦାର୍ ହୋଇଛନ୍ତି । କିନ୍ତୁ ଗତ କାଲି ମ୍ୟାଚରେ ଏଭଳି ଏକ ଦୃଶ୍ୟ ଦେଖି ସମସ୍ତ କ୍ରୀଡାପ୍ରେମୀ ମାନେ ଆବାକ୍ ହୋଇଯାଇଥିଲେ ।

ଗତକାଲି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି କୋଲକାତାକୁ ୧୮୧ ରନ୍ ର ଟାର୍ଗେଟ୍ ଦେଇଥିଲା । କୋଲକାତା ୧୮୧ ରନର ପିଛା କରି ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିଥିଲା । ମୁମ୍ବାଇ ତରଫରୁ ୬ତମ ଓଭର ନେଇ ହାର୍ଦ୍ଦିକ ବୋଲିଂ କରିବାକୁ ଆସିଥିଲେ । ସେହି ସମୟରେ ୪ ରନ୍ରେ ବ୍ୟାଟିଂ କରୁଥିବା ରବିନ୍ ଉଥପ୍ପା ମିଡ ଅନ୍ ଅଞ୍ଚଳକୁ ଏକ ସଟ୍ ମାରିଥଲେ ଯାହା କି କ୍ୟାଚ୍ ରୂପେ ଯୁବ ଖେଳାଳୀ ମୟଙ୍କ ମାର୍କଣ୍ଡେୟଙ୍କ ହାତକୁ ଯାଇଥିଲା । କିନ୍ତୁ ମାର୍କଣ୍ଡେୟ ଏକ ସହଜ କ୍ୟାଚ୍ ଧରିବାକୁ ବିଫଳ ହୋଇଥିଲେ । ଯେଉଁଥି ପାଇଁ ହାର୍ଦ୍ଧିକ ପାଣ୍ଡ୍ୟା ନିଜର କ୍ରୋଧକୁ ଆୟତ ନ ରଖି ଯୁବ ଖେଳାଳୀ ମୟଙ୍କ ମାର୍କଣ୍ଡେଙ୍କ ଉପରେ ରାଗିଥିଲେ । ଏବଂ କିଛି ଅପଶଦ୍ଧ ବ୍ୟବହାର କରିଥିବା ତାଙ୍କ ଅଙ୍ଗୀଭଙ୍ଗୀରୁ ଜଣାପଡୁଥିଲା । ଯାହାକୁ ନେଇ ଏବେ କ୍ରୀଡା ଜଗତରେ ଆଲୋଚନାର ବିଷୟ ପାଲଟିଛି ।