ଚୋର ପସିଲେ ବାଜିବ ଘଂଟି । ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ଘରକୁ ଜଗିବ ଝରକାରେ ଲାଗିଥିବା ସ୍ମାର୍ଟ ଆଲାର୍ମ

36

ଚୋରଙ୍କ ଭୟରେ ଯଦି ଆପଣ ଘର ଛାଡି ବାହାରକୁ କେଉଁଆଡେ ଯାଇପାରୁ ନାହାଁନ୍ତି ତେବେ ଏହା ଆପଣଙ୍କ ପାଇଁ କୌଣସି ବଡ ଖବରରୁ କମ ନୁହେଁ । କାରଣ, ଘରକୁ ଚୋରମାନଙ୍କ କବଳରୁ ନିରାପଦ ରଖିବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି ଏକ ସ୍ମାର୍ଟ ଆଲାର୍ମ । ଯେଉଁଥିରେ ଆପଣଙ୍କୁ ଚୋରିର ପୂର୍ବାଭାସ ମିଳିଯିବ ଆଉ ଆପଣ ସତର୍କ ବି ହୋଇଯିବେ ।

ସୂଚନା ମୁତାବକ, ନିକଟରେ ଜର୍ମାନୀର କିଛି ବୈଜ୍ଞାନିକମାନେ ଦେଶରେ ଚୋରମାନଙ୍କର ଉପଦ୍ରବକୁ ରୋକିବା ଉଦ୍ଦେଶ୍ୟରେ ଏକ ଏଭଳି ଉପକରଣ ଉଦ୍ଭାବନ କରିଛନ୍ତି, ଯାହାଦ୍ୱାରା ଚୋରମାନଙ୍କ ଉପସ୍ଥିତି ନେଇ ପୂର୍ବରୁ ଆଭାସ ମିଳିଯିବ । ଆଜ୍ଞା ହଁ ! ଏହା ଏକ ସ୍ମାର୍ଟ ଆଲାର୍ମ । ଯାହାକୁ ଆପଣ ଆପଣଙ୍କ ଘରର ଝରକାମାନଙ୍କରେ ବ୍ୟବହାର କରିପାରିବେ । ଏହି ଆଲାର୍ମଟି ସାଧାରଣତଃ ତାପମାନରେ ପରିବର୍ତ୍ତନ କାରଣରୁ ବାଜିଥାଏ । ଏହାକୁ ଝରକାରେ ଲଗାଇବା ଦ୍ୱାରା କୌଣସି ପ୍ରକାରରେ ଆଘାତ ଲାଗିଲେ ଏଥିରେ କଂପନ ଜାତ ହେବା ସହ ଆଲାର୍ମ ବାଜିଥାଏ ଏବଂ ଘରେ କେହି ପସିବା ନେଇ ସଙ୍କେତ ଦେଇଥାଏ ।

ଖାଲି ସେତିକି ନୁହେଁ, ଏହି ସ୍ମାର୍ଟ ଆଲାର୍ମ ସାଧାରଣ ଭାବେ ଦୋକାନ, ଆର୍ଟଗ୍ୟାଲେରୀ ଏବଂ ବ୍ୟାଙ୍କମାନଙ୍କରେ ଲାଗିଥିବା ଝରକାମାନଙ୍କରେ ସୁରକ୍ଷା ଲାଗି ଲାଗିଥିବା କାଚ ଆଲାର୍ମ ସହିତ ଜଡିତ । ଝରକାର କାଚରେ ଯଦି କୌଣସି ପ୍ରକାରର କୌଣସି ବି ଆଘାତ ଲାଗେ କିମ୍ବା ଭଙ୍ଗା ଯାଏଁ ତେବେ ଏହା ଆଲାର୍ମ ବଳି ବାଜିବା ଆରମ୍ଭ କରିବ ।

ଏଥିରେ ମହମ ଧାତୂ ବ୍ୟବହାର କରାଯାଇଛି, ଯାହାଦ୍ୱାରା କାଚ ଭାଙ୍ଗିବା ଦ୍ୱାରା ଆଲାର୍ମ ବାଜିବାକୁ ଲାଗିଥାଏ । ଯଦି କାଚ ଭାଙ୍ଗିବା ପାଇଁ କଟିଂ କିମ୍ବା ଡ୍ରିଲ ମେସିନ ବ୍ୟବହାର କରାଯାଇଥାଏ ତେବେ ଆଲାର୍ମ ହୁଏତ ବହୁତ ବିଳମ୍ବରେ ବାଜିପାରେ କିମ୍ବା ଆଦୌ ବାଜି ନପାରେ । ଯାହାର ଲାଭ ଚୋରମାନେ ଅତି ସହଜରେ ଉଠାଇଥାନ୍ତି । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏଥିରେ ଅତ୍ମାଧୂନିକ ଜ୍ଞାନକୌଶଳ ପ୍ରୟୋଗ କରିଛନ୍ତି । ଯେଉଁଥିରେ କୌଣସି କାରଣରୁ ହେଉଥିବା ଥର୍ମଲ ଏବଂ ମ୍ୟାକନିକଲ ଚାପ ସଂପର୍କରେ ଏଥିରେ ଖୁବ୍ ଶୀଘ୍ର ଜଣା ପଡିଯିବ । ଏପରିକି କାଚରେ ସାମାଧ୍ୟତମ ଆଘାତ କିମ୍ବା ଅଗ୍ନୀ ସସ୍ପର୍ଶରେ ଆସିବା କ୍ଷଣି ହିଁ ଆଲାର୍ମ ବାଜିବା ଆରମ୍ଭ ହୋଇଯାଇଥାଏ ।