ସିଲଭର ଗର୍ଲଙ୍କୁ ସ୍ୱାଗତ : ହାଇଦ୍ରାବାଦ ଫେରିଲେ ପିଭି ସିନ୍ଧୁ

42

source-http://images.indianexpress.com/

ରିଓ ଅଲିମ୍ପିକ୍ସରେ ବ୍ୟାଡମିଂଟନରେ ରୈାପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ପିଭି ସିନ୍ଧୁ ଫେରିଛନ୍ତି ନିଜ ଘର ହାଇଦ୍ରାବାଦକୁ । ସଫଳତାର ସ୍ୱର୍ଣ୍ଣିମ ଇତିହାସ ରଚିଥିବା ସହରର ଝିଅ ସିନ୍ଧୁଙ୍କୁ ସ୍ୱାଗତ ଜଣାଇବା ପାଇଁ ଲୋକଙ୍କ ମଧ୍ୟରେ ଭିଡ ଜମିଥିଲା । ଏହି ସିଲଭର ଗର୍ଲର ଗୋଟେ ଝଲକ ପାଇବାକୁ ସମସ୍ତେ ଖୁସିରେ ଝୁମି ଉଠିଥିଲେ ।

source-http://im.rediff.com/

ସିନ୍ଧୁଙ୍କ ସଫଳତା ଦେଶ ପାଇଁ ଖୁବ୍ ଗୈାରବର କଥା। ହାଇଦ୍ରାବାଦ ବିମାନ ବନ୍ଦରରେ ନିଜ ଗୁରୁ ପୁଲେଲା ଗୋପୀଚନ୍ଦଙ୍କ ସହ ପହଂଚିବାପରେ ସିନ୍ଧୁଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଡବଲ ଡେକର ବସରେ ସିନ୍ଧୁ ଓ ଗୋପୀଚନ୍ଦ ବିମାନବନ୍ଦରରୁ ବାହାରି ଗଚିବାୱଲି ଷ୍ଟାଡିୟମ ପର୍ଯ୍ୟନ୍ତ ବିଜୟ ଶୋଭାଯାତ୍ରାରେ ଯାଇଥିଲେ । ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିନ୍ଧୁ ଓ କୋଚ୍ ଗୋପୀଚନ୍ଦ । ସିନ୍ଧୁଙ୍କ ସ୍ୱାଗତ ଶୋଭାଯାତ୍ରାରେ ତାଙ୍କ ପରିବାର ଓ ସର୍ମ୍ପକୀୟଙ୍କ ସହ ଶତାଧିକ ଫ୍ୟାନଙ୍କ ଭିଡ ଦେଖିବାକୁ ମିଳିଥିଲା।

source-http://dc-cdn.s3-ap-southeast-1.amazonaws.com/

ସିନ୍ଧୁଙ୍କୁ ଶୁଭେଚ୍ଛା ଓ ସମ୍ମାନ ଜଣାଇବା ପାଇଁ ସକାଳୁ ଲୋକମାନେ ବିମାନ ବନ୍ଦରରେ ରୁଣ୍ଡ ହୋଇଥିଲେ। ସିନ୍ଧୁଙ୍କ ସ୍ୱାଗତ ପାଇଁ ସହରର ସ୍ଥାନେ ସ୍ଥାନେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଯାଇଥିଲା। ଏକ ପାରମ୍ପରିକ ଅନ୍ଧାଜରେ ଦେଶର ଏହି ସୁନାଝିଅକୁ ଗଚିବାୱଲି ଷ୍ଟାଡିୟମରେ ସ୍ୱାଗତ କରାଯାଇଥିଲା। ହାଇଦ୍ରାବାଦର ସ୍କୁଲପିଲାମାନେ ବି ଏହି ସିଲଭର ଗର୍ଲଙ୍କୁ ସ୍ୱାଗତ କରିଥିଲେ ।

source-http://ste.india.com/

ସେପଟେ ସିନ୍ଧୁଙ୍କୁ କୋଚିଂ ପ୍ରତି ଅଧିକ ଧ୍ୟାନ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ୨୦୨୦ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସକୁ ନଜରରେ ରଖି ତାଙ୍କୁ ଅଧିକ ତାଲିମ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଖେଳର ମହାକୁମ୍ଭ କୁହାଯାଉଥିବା
ଏହି ରିଓ ଅଲିମ୍ପିକ୍ସ ୧୬ ଦିନରେ ସମାପନ ହୋଇଛି । ଶେଷ ଦିନରେ ବି ଉଦଘାଟନ ଦିନ ପରି ରଙ୍ଗାରଙ୍ଗ ଝଲକ ଦେଖିବାକୁ ମିଳିଥିଲା ରିଓରେ ।