ଏଣିକି ଅଳିଆ ଫିଙ୍ଗିଲେ ଦେବାକୁ ପଡିବ ଫାଇନ୍ । ୧ ଲକ୍ଷ ଟଙ୍କା ଜରିମାନା ସହିତ ୫ବର୍ଷ କାଳ ହେବ ଜେଲ୍

41

ସାର୍ବଜନୀନ ସ୍ଥାନରେ ଅଳିଆ ଫିଙ୍ଗୁଥିବା ଲୋକଙ୍କୁ ସାବାଡ କରିବେ ଅଧିକାରୀ । ଅଳିକା ପକାଉଥିବା ବ୍ୟକ୍ତିବିଶେଷଙ୍କୁ ସର୍ବସମ୍ମୁଖରେ କରାଯିବ ବେଇଜ୍ଜତ । ଖୁବ୍ ଶୀଘ୍ର ଏଭଳି ଘଟଣା ନଜର ଆସିବ ଗୁଲାବୀ ନଗର ଜୟପୁରରୁ । ଯେଉଁଠି ପରିବେଶ ପ୍ରଦୂଷଣ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥାଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସହରମାନଙ୍କ ତାଲିକାରେ ସ୍ଥାନ ପାଇବାକୁ ଜୟପୁର ନଗର ନିଗମ ଏଭଳି ପ୍ରୟାସ ଆରମ୍ଭ କରିଛି । ଜୟପୁର ନଗରନିଗମ ସହରର ୧୫୦ରୁ ଅଧିକ ଏଭଳି ରେଷ୍ଟୁରାଂଟ ଏବଂ ହୋଟେଲର ନାଁ ଥିବା ହୋଡିଂକୁ କାଢିବାକୁ ନିର୍ଦ୍ଦେଶ ଦେଇଛି ଯେଉଁମାନେ କି ଏଯାବତ୍ କମ୍ପୋଷ୍ଟ ମେସିନ ବ୍ୟବହାର କରି ନାହାଁନ୍ତି ।

ରିପୋର୍ଟ ଅନୁସାରେ, ପୂର୍ବରୁ ହିଁ ଏଭଳି ହୋଟେଲ ଏବଂ ସଂସ୍ଥାଗୁଡିକୁ ଜୟପୁର ନଗରନିଗମ ନୋଟିସ ପଠାଇ ସାରିଛି । ଯାହାଦ୍ୱାରା ମାତ୍ର ୧୦ଟି ହୋଟେଲ କମ୍ପୋଷ୍ଟ ମେସିନ ଲଗାଇଛନ୍ତି । ଯେଉଁଥିପାଇଁ ନଗରନିଗମ ବାକି ହୋଟେଲ ଏବଂ ସଂସ୍ଥାମାନଙ୍କୁ ଅଧିକାରୀମାନେ ଚାଚ୍ଛଲ୍ୟ କରି କହିଥିଲେ । ଏଠାରେ ଆମେ କହି ରଖୁଛୁ କି, ପରିବେଶ ସୁରକ୍ଷା ନିୟମ ଆଧାରରେ ଆବର୍ଜନା ଫିଙ୍ଗୁଥିବା ଏବଂ କମ୍ପୋଷ୍ଟ ମେସିନ ବ୍ୟବହାର କରୁନଥିବା ବ୍ୟକ୍ତିବିଶେଷ ବା ସଂସ୍ଥା ବିରୋଧରେ ଲକ୍ଷେ ଟଙ୍କାର ଜରିମାନା ଲାଗୁ କରାଯିବା ସହିତ ୫ ବର୍ଷ କାଳ ଜେଲଦଣ୍ଡାଦେଶର ମଧ୍ୟ ନିୟମ ରହିଛି ।