ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଏବେ ଆପଣଙ୍କ ହାତ ମୁଠାରେ । ଜାଣନ୍ତୁ ପୂରା ପ୍ରକ୍ରିୟା . . .

51

ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଏବେ ଆପଣଙ୍କ ହାତ ମୁଠାରେ । ଆଉ ସେ ପୁଣି ବିନା କୌଣସି ଚିନ୍ତାରେ । ଆଜି ଆମେ ଆପଣଙ୍କୁ ଏକ ଉପାୟ ସଂପର୍କରେ ଜଣାଇବୁ ଯେଉଁଥିପାଇଁ ଆପଣ ଖାଲି କିଛି ତଥ୍ୟ ଦେବାକୁ ପଡିବ ।

ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜର ନିକଟସ୍ଥ ଆରଟିଓ ଅଫିସକୁ ଯାଇ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ । ଏଥିପାଇଁ ୪ ପାସପୋର୍ଟ ସାଇଜ୍ ଫଟୋଗ୍ରାଫି, ରେସିଡେନ୍ସ ପ୍ରୁଫ୍, ବୟସ ପ୍ରମାଣପତ୍ର, ଏବଂ ଫିଜିକାଲ ଫିଟନେସର ସେଲ୍ଫ ଡିକଲାରେସନ ହେବା ଜରୁରୀ ଅଟେ । ଏସମସ୍ତ ଡକ୍ୟୁମେଂଟ ନୋଟାରୀରୁ ଆଟେଷ୍ଟ କରିବାକୁ ପଡିବ ।

ରେସିଡେନ୍ସ ପ୍ରୁଫ ଆଧାରରେ ଆପଣ ଭୋଟର ଆଇଡି, ରାସନ କାର୍ଡ, ପାସପୋର୍ଟ, ବିଜୁଳୀ ବିଲ, ପାଣି ବିଲ, ବ୍ୟାଙ୍କ ପାସବୁକ୍ , ଏମଟିଏନଏଲ, ବିଏସଏନଏଲର ଫୋନ ବିଲ ଆଦି ବ୍ୟବହାର କରିପାରିବେ । ସେହିପରି ବୟସଗତ ପ୍ରମାଣପତ୍ର ବାବଦକୁ ଆପଣଙ୍କୁ ୧୦ମ କ୍ଲାସର ସାର୍ଟିଫିକେର୍ଟ, ବର୍ଥ ସାର୍ଟିଫିକେଟ, ପାନକାର୍ଡ ଏବଂ ସିଜିଏସଏଚ କାର୍ଡ ଦେଇପାରିବେ । ୧୮ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସର କୌଣସି ବି ଭାରତୀୟ ନାଗରିକ ଏଲଏମଭି କ୍ୟାଟାଗୋରୀର ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ଏବେ ଆପଣଙ୍କୁ କୁହାଯାଉଥିବା ସମସ୍ତ ଆବଶ୍ୟକୀୟ କାଗଜପତ୍ରକୁ ଫର୍ମ ନମ୍ବର ୧,୨ ଏବଂ ୩ ସହିତ ଭରି ଆରଟିଓ ଅଫିସରେ ଜମା କରିଦିଅନ୍ତୁ । ଫର୍ମ ଜମା କରିବା ପରେ ଆପଣଙ୍କର ଏକ ଟେଷ୍ଟ ନିଆଯିବ । ଯାହାକି ଟ୍ରାଫିକ୍ ନିୟମ ସଂପର୍କରେ ରହିଛି । ଏହି ପରୀକ୍ଷାରେ ଉତିର୍ଣ୍ଣ ହେବା ପରେ ଯାଇ ଆପଣଙ୍କୁ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ ।

ତେବେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସର ବୈଧତା ୬ ମାସ ଯାଏଁ ରହିଥାଏ । ଲର୍ଣ୍ଣିଂ ଡ୍ରାଇଭିଂ ମିଳିବାର ଏକ ମାସ ପରେ ଆପଣ ଏହାକୁ ଆରଟିଓ ଅଫିସରେ ଜମା କରିପାରିବେ । ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସକୁ ଜମା କରିବା ପରେ ଆପଣଙ୍କର ଡ୍ରାଇଭିଂ ଟେଷ୍ଟ ନିଆଯିବ । ଏହି ଟେଷ୍ଟରେ ପାସ କରିବା ପରେ ଆପଣଙ୍କୁ ଯାଇ ଏକ ପରର୍ମାନେଂଟ ଡ୍ରାଇଭିଂ ଲାଇସେନ୍ସ ମିଳିବ । ଲର୍ଣ୍ଣିଂ ଡ୍ରାଇଭିଂ ମିଳିବା ପରେ ଡ୍ରାଇଭିଂ ସିଖିବା ପାଇଁ ୬ ମାସର ସମୟ ରହିଥାଏ । ଯଦି ଏହି ୬ମାସ ମଧ୍ୟରେ ଆପଣ ଡ୍ରାଇଭିଂ ସଠିକ୍ ଢଙ୍ଗରେ କରିନପାରନ୍ତି ତେବେ ଆପଣଙ୍କର ଲାଇସେନ୍ସକୁ ରଦ୍ଦ କରିଦିଆଯିବ ।