ଗଠନ ହେବ ନୂତନ ଭାରତ । ୨୦୨୨ ସୁଦ୍ଧା ଦେଶରୁ ଲୋପ ପାଇବ ଦାରିଦ୍ର୍ୟ, ଦୁର୍ନୀତି ଓ ଆତଙ୍କବାଦ

260

ମୋଦି ସରକାରଙ୍କ ଦ୍ୱାରା ନୂତନ ଭାବେ ଗଠିତ ନୀତି ଆୟୋଗ ଆସନ୍ତା ୨୦୨୨ ସୁଦ୍ଧା ଏକ ନୂତନ ଭାରତ ଗଠନ ପାଇଁ ସ୍ୱପ୍ନ ଦେଖୁଛନ୍ତି । ନୀତି ଆୟୋଗ ସ୍ୱପ୍ନ ଦେଖୁଥିବା ଏହି ନୂତନ ଭାରତ ଦାରିଦ୍ର୍ୟ, ଦୁର୍ନୀତି, ଆତଙ୍କବାଦ, ଜାତିପ୍ରଥା ଓ ସାଂପ୍ରଦାୟିକତାବାଦରୁ ମୁକ୍ତ ହେବା ସହ ସ୍ୱଚ୍ଛ ଏବଂ ସୁନ୍ଦର ହେବ ।

ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରସ୍ତୁତ କରିଥିବା ନୂତନ ଭାରତ ଆଦରେଟ୍ ୨୦୨୨ ଡକ୍ୟୁମେଣ୍ଟରେ ଏ ସଂପର୍କରେ ବିଶଦ ଭାବେ ବର୍ଣ୍ଣନା କରିଛନ୍ତି । ଏଥିସହ ୨୦୨୨ ସୁଦ୍ଧା ଭାରତ, ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ ହେବ । ଏଥିସହ, ସଂପ୍ରତି ଭାରତର ଯେଉଁ ଅଭିବୃଦ୍ଧି ୮ ପ୍ରତିଶତ ହାରରେ ହେଉଛି, ତାହା ମଧ୍ୟ ୨୦୪୭ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି । ଖାଲି ଏତିକି ନୁହେଁ; ୨୦୨୨ ସୁଦ୍ଧା ଏକ ‘କୁ-ପୋଷଣ ମୁକ୍ତ ଭାରତ’ ଗଠିତ ହେବ, ଯେଉଁଠାରେ ଦାରିଦ୍ର୍ୟ ରହିବ ନାହିଁ ବୋଲି ମଧ୍ୟ ସ୍ୱପ୍ନ ଦେଖିଛନ୍ତି ନୀତି ଆୟୋଗ ଅଧ୍ୟକ୍ଷ । ଏଥିସହ ୨୫୦ରୁ ଅଧିକ ଜନସଂଖ୍ୟା ଥିବା ଦେଶର ପ୍ରତ୍ୟେକ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ସବୁ ଦିନିଆ ସଡ଼କ ମାଧ୍ୟମରେ ସଂଯୋଗ କରାଯିବ । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ପ୍ରତିଟି ଗ୍ରାମକୁ ୨୦୨୨ ସୁଦ୍ଧା ଏକ ମଡେଲ୍ ଗ୍ରାମରେ ପରିଣତ କରାଯିବ ।

ଏତଦବ୍ୟତୀତ ୨୦୨୨ ସୁଦ୍ଧା ଭାରତରେ ୨୦ଟି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ମଧ୍ୟ ସ୍ୱପ୍ନ ଦେଖିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ।