୮୫ ଦିନ ପରେ କୋମାରୁ ବାହାରିଲେ ଗର୍ଭବତୀ ମହିଳା ! ମା’ ଓ ନବଜାତକକୁ ବଂଚାଇଲେ ଡାକ୍ତର

86

clinic-lପୁଣେର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଆଶ୍ଚଯ୍ୟକର ଦୃଶ୍ୟ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ପାଖାପାଖି ୮୫ ଦିନ କୋମାରେ ରହିବା ପରେ ଜଣେ ଗର୍ଭବତୀ ମହିଳା ଏକ ଶିିଶୁକନ୍ୟାକୁ ଦେଇଛନ୍ତି ଜନ୍ମ । ଡାକ୍ତରମାନେ ମା’ ସହ ନବଜାତକକୁ ବଂଚାଇବାରେ ସଫଳ ହୋଇଛନ୍ତି । ସ୍ଥାନୀୟ ରୁବି ହଲ କ୍ଲିନିକରେ ଗତ ୨୦ ମାର୍ଚ୍ଚରୁ ମଧ୍ୟ ପ୍ରଦେଶର ବୁରହାନପୁରରେ ରହୁଥିବା ୩୨ ବର୍ଷୀୟା ଗର୍ଭବତୀ ମହିଳା ପ୍ରଗତି ସାଧବାନୀଙ୍କର ଚିକିତ୍ସା ଚାଲିଥିଲା । ଦୀର୍ଘ ଦିନଧରି କୋମାରେ ରହିବା କାରଣରୁ ପରିବାର ଲୋକଙ୍କ ସବୁ ଆଶା ତୁଟି ଯାଇଥିଲା । କିନ୍ତୁ ଶେଷରେ ଡାକ୍ତରମାନେ ମହିଳା ଓ ତାଙ୍କ ନବଜାତକୁ ବଂଚାଇଦେଇଛନ୍ତି । ପରିଜନମାନେ ସଂପୃକ୍ତ ଡାକ୍ତରଖାନାକୁ ପ୍ରଶଂସା କରି ପିଏମ୍ ଓ ମଧ୍ୟ ପ୍ରଦେଶର ସିଏମଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି । ଯାହାର ଖବର ମିଳିବା ପରେ ଡାକ୍ତରଖାନା ମହିଳାଙ୍କର ଚିକିତ୍ସା ଖର୍ଚ୍ଚକୁ କମ୍ କରିଦେଇଛନ୍ତି ।

s3ଗତ ୮ ବର୍ଷ ଧରି ଡାଇବେଟିସରେ ପୀଡିତ ପ୍ରଗତି ପାଖାପାଖି ସାଢେ ତିନି ମାସ ହେଲ ଗର୍ଭବତୀ ଥିଲେ । ଯେତେବେଳେ ତାଙ୍କୁ ଗତ ୫ମାର୍ଚ୍ଚରେ ବେହୋସ୍ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ ହେଲା । କିନ୍ତୁ ଅବସ୍ଥା ଗମ୍ଭୀର ହେବାରୁ ପରିବାର ଲୋକେ ରୁବି ହଲ କ୍ଲିନିକ୍ ରେ ନ୍ୟୁରୋଲଜିଷ୍ଟ ଡାକ୍ତର ରୁସ୍ତମ ୱାଡିଆଙ୍କ ପାଖରେ ଚିକିତ୍ସା କରିଥିଲେ । ଏଠାରେ ୨୦ ମାର୍ଚ୍ଚ ରୁ ପ୍ରଗତିଙ୍କ ଚିକିତ୍ସା ଡା. ରୁସ୍ତମ ଓ ତାଙ୍କ ଟିମ୍ ଆରମ୍ଭ କରିଥିଲେ । ପରେ ପ୍ରସବ ପୂର୍ବର ଚିକିତ୍ସା ପାଇଁ ଏହି ଡାକ୍ତରଖାନାରେ ଗାଇନକାଲଜିଷ୍ଟ ଡା. ସୁନୀତା ତେନ୍ଦୁଲୱାଡକରଙ୍କ ତତ୍ୱା ବଧାନରେ ରଖାଯାଇଥିଲା । ପ୍ରଗତି ପାଖାପାଖି ୧୭ ସପ୍ତାହର ପ୍ରେଗନେଟ୍ ଥିଲେ । ଡାକ୍ତର ଦଳଙ୍କ ପୁରା ଟିମ୍ ତାଙ୍କର ଚିକିତ୍ସାର ପୁରା ଦାୟିତ୍ୱ ନେଇଥିଲେ । ଖାଦ୍ୟପେୟ ଠଅରୁ ଆରମ୍ଭ କରି ଅନେକ ପ୍ରକାରର ପରୀକ୍ଷା ଓ ସୁଗାରର ମନିଟରିଂ ସହ ସବୁଥିରେ ସାବଧାନତା ଅବଲମ୍ବନ କରିଥିଲେ । ଯାହାର ଫଳ ସ୍ୱରୂପ ଏହି ସଫଳତା ଆଜି ମିଳିଛି । ଡା. ସୁନୀତା କହିଛନ୍ତି, ‘ଡାକ୍ତରଖାନାରେ ଭର୍ତ୍ତି ହେବାର ପାଖାପାଖି ୮୫ ଦିନ ପରେ ପ୍ରଥମ ଥର ପାଇଁ ପ୍ରଗତି କଥା କହିଥିଲେ । ଧିରେ ଧିରେ ତାଙ୍କୁ ଅବସ୍ଥାରେ ସୁଧାର ଆସିଥିଲା । ଏବଂ ସେ ନିଜ ଚାରିପାଖର ମାହୋଲକୁ ବୁଝିବାକୁ ଚେଷ୍ଟା କରିଥିଲେ ।’

ପ୍ରଗତି ପାଖାପାଖି ୧୩୨ ଦିନ ଯାଏ ଡାକ୍ତଖାନାରେ ଭର୍ତ୍ତି ହୋଇଥିଲେ । ଏଥିରୁ ୨୨ ଦିନ ତାଙ୍କୁ ହାଇ ଡିପେଣ୍ଡେସି ୟୁନିଟରେ ରଖିବାକୁ ପଡିଥିଲା । ଏହାପରେ ତାଙ୍କର ସୁଧାରକୁ ଦେଖି ଜେନେରାଲ୍ ୱାର୍ଡକୁ ସିଫ୍ଟ କରିଦିଆଯାଇଥିଲା । ଡା. ସୁନୀତା କହିଛନ୍ତି, ‘ପ୍ରଗତି ଜୁଲାଇ ଶେଷରେ ୨.୨ କିଲୋଗ୍ରାମ୍ ର ଏକ ସ୍ୱାସ୍ଥ୍ୟବାନ୍ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଆମର ଚେଷ୍ଟା ଏହା ଥିଲା ଯେ ମା’ ଓ ଶିଶୁକୁ କୈାଣସି ପ୍ରକାରର ସଂକ୍ରମଣ ନହେଉ । ପୁରା ଟିମର ଅକ୍ଲାନ୍ତ ପରିଶ୍ରମରେ ଆମେ ଦୁଇ ଜଣଙ୍କୁ ବଂଚାଇବାରେ ସଫଳ ହୋଇଛୁ ।’

ପ୍ରସୂତି ଏବଂ ସ୍ତ୍ରୀ ରୋଗ ୟୁନିଟ୍ ର ହେଡ୍ ପ୍ରଫେସର ଡା. ରମେଶ ଭୋସଲେ କହିଛନ୍ତି, ‘ଏମିତି କେସ୍ ବହୁତ କମ ସଫଳ ହୋଇଥାଏ । ପ୍ରକୃତରେ ଡାଇବେଟିସ୍ ରୋଗୀକୁ ଚିକିତ୍ସା ସମୟରେ ସଂକ୍ରମଣର ଆଶଙ୍କା ବହୁତ ଥାଏ । ’ ପ୍ରଗତିଙ୍କ ଭାଇ କେଶବ ମଲାନୀ କହିଛନ୍ତି, ‘ଆମେ ତ ସବୁ ଆଶା ଛାଡିଦେଇଥିଲୁ । ମୁଁ ଡାକ୍ତରଙ୍କୁ ଧନ୍ୟବାଦ ଦେଉଛି କି ସେମାନେ ମୋର ଭଉଣୀ ଓ ଭାଣୀଜିକୁ ନୂଆ ଜୀବନ ଦେଲେ । ’ କେଶବ ଡାକ୍ତରଖାନାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ସିବରାଜ ସିଂହ ଚୈାହାନଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ( ସୌଜନ୍ୟ -ନବଭାରତ ଟାଇମ୍ସ)