ଗରିବୀ ସହ ଲଢି ପହଂଚିଲେ ଆଇଆଇଟି ! ଏବେ ଦେଶକୁ ଦେବେ ବୁଲେଟ୍ ଟ୍ରେନର ଟେକ୍ନୋଲୋଜି, ପଢନ୍ତୁ ଜଣେ ପ୍ରତିଭାବାନ୍ ବ୍ୟକ୍ତିଙ୍କ କହାଣୀ

46

କନକ ବ୍ୟୁରୋ : ସଫଳତାର ସ୍ୱାଦ ଚାଖିବାକୁ ହେଲେ ମନରେ ରହିବା ଦରକାର ଦୃଢ ପ୍ରତିଜ୍ଞା । ଆଉ ଦୃଢ ଇଚ୍ଛାଶକ୍ତି ଆଗରେ ଭଗବାନ୍ ମଧ୍ୟ ହାର୍ ମାନିଥାନ୍ତି । ସେହିପରି ଜଣେ ଅଭାବୀ ବ୍ୟକ୍ତିଙ୍କ ଦୃଢ ପ୍ରତିଜ୍ଞା ଆଗରେ ହାର୍ ମାନିଛି ଗରିବୀ । ଗରିବୀ ସହ ଲଢି ପହଂଚିଲେ ଆଇଆଇଟିରେ । ଆଉ ଏବେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ ପ୍ରୋଜେକ୍ଟର ପରାମର୍ଶଦାତା । ଏହି ପ୍ରତିଭାବାନ୍ ବ୍ୟକ୍ତି ଜଣକ ହେଉଛନ୍ତି ସଂଜୀବ ସିହ୍ନା ।

22୨୧ ଜାନୁଆରୀ ୧୯୭୩ରେ ରାଜସ୍ତାନରେ ଜନ୍ମଗ୍ରହଣ କରିଥିବା ସଂଜୀବ୍ ଦୀର୍ଘ ୨୦ ବର୍ଷ ହେବ ଜାପାନରେ ରହୁଛନ୍ତି । ତେବେ ପିଲାବେଳୁ ଆର୍ଥିକ ଅନାଟନ ମଧ୍ୟରେ ବଢିଥିଲେ ସଂଜୀବ୍ । କିନ୍ତୁ ପାରିବାରର ଆର୍ଥିକ ସମସ୍ୟା କେବେ ମଧ୍ୟ ତାଙ୍କ ସ୍ୱପ୍ନ ଆଗରେ ବାଧକ ସାଜି ପାରିନଥିଲା । ପିଲାବେଳୁ ପାଠ ପଢାରେ ସବୁବେଳେ ଟପ୍ କରୁଥିବା ସଂଜୀବ୍ ୧୯୮୯ରେ ପ୍ରଥମ ଚେଷ୍ଟାରେ ହିଁ ଆଇଆଇଟି ପାଇଥିଲେ । ଏପରିକି ନିଜ ଜିଲ୍ଲାରେ ଆଇଆଇଟି ପାଇବାରେ ପ୍ରଥମ ଥିଲେ ସଂଜୀବ୍ ।

33କୋର୍ସ ଫି ପାଇଁ ଆବଶ୍ୟକୀୟ ଟଙ୍କା ନଥିବାରୁ ଲୋନ୍ କରି କାନପୁର୍ ଆଇଆଇଟିରେ ଆଡମିସନ୍ ନେଇଥିଲେ । ସେଠାରେ ସେ ଫିଜିକ୍ସରେ ୫ ବର୍ଷ ଇଂଟିଗ୍ରେଟେଡ୍ ଏମଏସସି କୋର୍ସ କରିଥିଲେ । ଆଇଆଇଟି ପାସ୍ କରିବା ପରେ ଜାପାନ୍ ଚାଲିଯାଇଥିଲେ । ଜାପାନର ଅନେକ ବଡ ବଡ କମ୍ପାନୀରେ କାମ କରିସାରିଥିବ ସଂଜୀବ ସେହିଠାରେ ହିଁ ବିବାହ କରିଛନ୍ତି । ସଂଜୀବ୍ ଅନେକ ଗ୍ଲୋବାଲ୍ ଫର୍ମସ ପାଇଁ ମଧ୍ୟ କାମ କରିସାରିଛନ୍ତି ।

44ଯେଉଁ ବୁଲେଟ୍ ଟ୍ରେନ୍ ପାଇଁ ସଂଜୀବ୍ ପରାମର୍ଶଦାତା ଅଛନ୍ତି ସେ ପ୍ରୋଜେକ୍ଟ ୨୦୨୩ ସୁଦ୍ଧା ସରିବ । ଏହି ହାଇସ୍ପିଡ୍ ଟ୍ରେନ୍ ମୁମ୍ବାଇରୁ ଅହମ୍ମଦାବାଦ୍ ଦୌଡିବ । ଦେଶର ଏହି ପ୍ରଥମ ବୁଲେଟ୍ ଟ୍ରେନର ବେଗ ହେଉଛି ୩୫୦ ପ୍ରତି କିଲୋମିଟର୍ । ଅହମ୍ମଦାବାଦରୁ ମୁମ୍ବାଇ ପହଂଚିବାକୁ ଲାଗିବ ମାତ୍ର ୨ ଘଂଟା । ବର୍ତ୍ତମାନ ସମୟରେ ଅହମ୍ମଦାବାଦରୁ ମୁମ୍ବାଇ ପହଂଚିବାକୁ ୭ରୁ ୮ ଘଂଟା ଲାଗୁଛି । ଭାରତରେ ଦୌଡିବାକୁ ଥିବା ଏହି ବୁଲେଟ୍ ଟ୍ରେନରେ ଜାପାନର ଟେକ୍ନୋଲୋଜିର ବ୍ୟବହାର କରାଯାଇଛି ।

ସୌଜନ୍ୟ : ଆଜତକ୍