ଆକାଶରୁ ବର୍ଷା ମଣିଷର କଟା ହାତ ଓ ପାଦ ! ଲୋକେ ଦେଖି ଭୟଭୀତ

84

handବେଳେବେଳେ ଏମିତି ଘଟଣା ଘଟେ ଯାହାକୁ ଦେଖି ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଯା’ନ୍ତି । ଆଉ ଏହାର କାରଣ ଖୋଜି ବସନ୍ତି ସମସ୍ତେ । ଏମିତି ଏକ ଭୟାନକ ଘଟଣା ଘଟିଛି ଜେଦ୍ଦାହ ,ସାଉଦି ଆରବରେ । ଆକାଶରୁ ବର୍ଷା ହୋଇଛି ମଣିଷର କଟା ହାତ ଓ ପାଦ । ଯାହା ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ଅମର ଉଜାଲାରେ ପ୍ରକାଶିତ ଏହି ଖବର ଏବେ ଖୁବ୍ ଚର୍ଚ୍ଚାରେ ।

aeroplaneପ୍ରକାଶିତ ତଥ୍ୟ ଅନୁସାରେ ,ଜେଦ୍ଦାହରେ ଅଚାନକ କଟା ହାତ-ପାଦ ସବୁ ଆକାଶରୁ ପଡିବାର ଲୋକେ ଦେଖିବାକୁ ପାଇଥିଲେ । ଏହା ଲୋକଙ୍କୁ ଚକିତ କରିଥିଲା । ବର୍ଷା ହେଲେ ଆକାଶରୁ ଜଳ ଟୋପା ପଡିବାର ନଜିର ଅଛି । ହେଲେ ଏମିତି ହାତ –ଗୋଡ ଉପରୁ ପଡିବା ଲୋକେ ପ୍ରଥମେ ଦେଖିଥିଲେ । ଆଉ ଏହାର କାରଣ କଣ ଖୋଜିଥିଲେ । ଲୋକେ ଭୟରେ ଯିଏ ଯୁଆଡେ ଦୈାଡିଥିଲେ ।

ମିଳିଥିବା ଏକ ରିପୋର୍ଟ ଏ ଘଟଣାର ରହସ୍ୟ ଖୋଲିଥିଲା । ଗରିବ ଦେଶଗୁଡିକର ଲୋକେ ଅନ୍ୟ ଦେଶକୁ ଯିବା ପାଇଁ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ରହୁଥିଲେ । ଏପରି କୈାଣସି ଏକ ବିମାନରେ ହୋଇଛି । ଆଉ ବିମାନର ଲ୍ୟାଣ୍ଡିଂ ଗିୟରରେ ଫସି ଥିବା ଲୋକଙ୍କ ହାତ –ଗୋଡ କଟି ଯାଇଛି ଏବଂ ବିମାନଟି ଆକାଶରେ ଉଡାଣ ବେଳେ ତାହା ସହର ଉପରେ ପଡିଛି । ଯାହାକୁ ଲୋକେ ଦେଖି ଭୟଭୀତ ହୋଇଛନ୍ତି ।