ରାସ୍ତା ଉପରେ ପିଲା ଜନ୍ମ କଲେ ମହିଳା ! ଭିକାରି ସାଜିଲେ ଧାଈ

41

ଏବେବି ସମାଜରେ ମାନବିକତା ଓ ସମ୍ବେଦନଶୀଳତା ବଂଚିଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ସଡକ ଉପରେ ଜଣେ ମହିଳାଙ୍କର ପ୍ରସବ କଷ୍ଟ ହୋଇଥିଲା ଏବଂ ସେଠାରେ ଉପସ୍ଥିତ ଜଣେ ମହିଳା ଭିକାରି ନିଭାଇଥିଲେ ଧାଈର ଭୂମିକା । ଏହାକୁ ନେଇ ଖୁବ୍ ପ୍ରଶଂସା ମିଳିଛି ସେହି ଭିକାରି ଜଣକୁ ।

ସୂଚନା ଅନୁସାରେ , ସନ୍ନା ବଜାର ନିବାସୀ ରମନ୍ନା ଓ ତାଙ୍କର ପତ୍ନୀ ୟେଲମ୍ମାଙ୍କର ୩ଜଣ ପୁତ୍ର ସନ୍ତାନ ଅଛନ୍ତି । ଦଂପତ୍ତି ଦ୍ୱୟ ଚାହୁଁଥିଲେ ଏକ କନ୍ୟା ସନ୍ତାନ । ଆଉ ଏବେ ସେ ଆଶା ସେମାନଙ୍କର ପୁରଣ ହୋଇଛି । ହେଲେ ଘରେ କି ଡାକ୍ତରଖାନାରେ ନୁହେଁ ରାସ୍ତା ଉପରେ ଜନ୍ମ ଦେଇଛନ୍ତି କନ୍ୟା ସନ୍ତାନ ।

ପ୍ରେଗନାସିର ୩୬ ସପ୍ତାହ ପୁରିଲା ପରେ ସ୍ଥାନୀୟ ଡାକ୍ତର ତାଙ୍କୁ ରାୟଚୁର ମେଡିକାଲଯିବାକୁ ଯିବାକୁ କହିଥିଲେ । ରମନ୍ନା ନିଜ ସ୍ତ୍ରୀଙ୍କୁ ଧରି ଫେରୁଥିଲେ ରାୟଚୁର । ରାସ୍ତାରେ ଲେବର ପେନ୍ ଆରମ୍ଭ ହୋଇଥିଲା । ଗାଡିରୁ ଓହ୍ଲାଇ ଖୁବ୍ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା ଜଣକ । ସ୍ୱାମୀ ରମନ୍ନା ସ୍ତ୍ରୀଙ୍କର ଏ ଅବସ୍ଥା ଦେଖି କଣ କରିବେ କିଛି ଉପାୟ ପାଇଲେନି । ଏହି ସମୟରେ ସେଠାରେ ଥିବା ଜଣେ ମହିଳା ଭିକାରି ମହିଳାଙ୍କର ପିଲା ଜନ୍ମରେ ସାହାଯ୍ୟ କରିଥିଲେ । କିଛି ସମୟ ପାରେ ଆଖପାଖର ମହିଳା ଆସି ସେଠାରେଏକାଠି ହୋଇଥିଲେ । ସମସ୍ତଙ୍କର ପ୍ରୟାସରେ ମହିଳା ଜଣକ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ ।