ପିପିଲି ଟୋଲ୍ ଗେଟରେ ଟେନସନ୍ : ହୋଲି ଖେଳକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ

70

କନକ ବ୍ୟୁରୋ : ପିପିଲି ଟୋଲ୍ ଗେଟରେ ଟେନସନ୍ । ହୋଲି ଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାକୁ ଓହ୍ଳାଇଛନ୍ତି ଉତ୍ୟକ୍ତ ଲୋକେ । ଏପରିକି ଟୋଲ୍ ଗେଟରେ ଭଙ୍ଗାରୁଜା କରିବା ସହ ବୋମାମାଡ ହୋଇଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନାକେଦମ ହୋଇଛି ପୁଲିସ ।

ଟୋଲ ଗେଟରେ ସିଉଳା ଓ ଉଜାଣିପଡା ଗାଁଲୋକଙ୍କ ମଧରେ ସଂଘର୍ଷ ଘଟିଛି । ଉତ୍ୟକ୍ତ ଲୋକେ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଉତ୍ୟକ ଲୋକେ ପିପିଲି ଟୋଲ ଗେଟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଗ୍ରାମବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ନିରୂପାୟ ହୋଇପଡିଛି ପୁଲିସ । ଅଧିକ ଗ୍ରାମବାସୀ ଓ କମ୍ ପୁଲିସ ଫୋର୍ସ ଥିବାରୁ ପରିସ୍ଥିତିକୁ ଆୟତ୍ତ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡିଛି । ଦୁଇ ଗାଁଲୋକଙ୍କ ମଧ୍ୟରେ ସଂଘର୍ଷରେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ପିପିଲି ଏସଡିପିଓ ଘଟଣାସ୍ଥଳରେ ପଂହଚିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –