ସାଇକେଲର ଦାମ୍ ୨୬ ଲକ୍ଷ ! ବିଶ୍ୱର ସବୁଠୁ ମହଙ୍ଗା ସାଇକେଲ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

55

ଫ୍ରାନ୍ସ : ଆପଣ ଅନେକ ସାଇକେଲ୍ ଦେଖିଥିବେ ଓ ସାଇକେଲ ଚଳାଇଥିଲେ ମଧ୍ୟ । ହେଲେ ଏମିତି ଏକ ସାଇକେଲ ଅଛି ଯାହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କୁ ଏପରି ଏକ ସାଇକେଲ ବିଷୟରେ ଜଣାଉଛୁ ,ଯାହାର ଦାମ୍ ୨୬ ଲକ୍ଷ ଟଙ୍କା । ଆଉ ଏହି ସାଇକେଲର ଏକ ବିଶେଷତା ଅଛି, ଆପଣ ମନ ପସନ୍ଦ ଅନୁସାରେ ଏହାର ରଙ୍ଗ ବଦଳେଇପାରିବେ ।

ସୂଚନା ଅନୁସାରେ ଫ୍ରାନ୍ସର ସୁପରକାର୍ ନିର୍ମାତା କଂପାନୀ ବୁଗାତି ଏପରି ଏକ ଅଭିନବ ସାଇକେଲକୁ ତିଆରି କରିଛନ୍ତି । ଏହାର ଦାମ୍ ରହିଛି ୪୦ହଜାର ଡଲାର । ଅର୍ଥାତ୍ ୨୫ ଲକ୍ଷ ୯୨ ହଜାର ୨୦୦ଟଙ୍କା । ଏହି ସାଇକେଲର ସବୁଠୁ ସ୍ୱତନ୍ତ୍ର ଏହାର ହାଲୁକା ଓଜନ ବିଶିଷ୍ଟ । ଯାହା କେବଳ ୧୧ ପାଉଣ୍ଡ । ଅର୍ଥାତ୍ ୫ କିଲୋ ଓଜନ । ଏହି ସାଇକେଲକୁ କାର୍ବନ ଫାଇବର ରେ ଉୟରୋଡାୟନମିକ୍ ଟେକନିକ୍ ରେ ତିଆରି କରାଯାଇଛି । ଏହାର ଡିଜାଇନ୍ ସୁପର କାରକୁ ଧ୍ୟାନରେ ରଖି ସ୍ପୋଟ୍ସ ରାଇଡିଂ ପାଇଁ ତିଆରି ହୋଇଛି । ଏବେ ଏପରି ସାଇକେଲର ଦାମକୁ ନେଇ ଖୁବ୍ ଚର୍ଚ୍ଚା ।

( ସୈାଜନ୍ୟ – ଦୈନିକ ଜାଗରଣ )