କରୀନା କଲେ ଘୋଷଣା , ପୁଅ ତୈମୁର କେଉଁ ଫିଲ୍ମରେ ପ୍ରଥମେ ନଜର ଆସିବେ !

30

କରୀନା କପୁର ଖାନ୍ ନିଜର ବିନ୍ଦାସ୍ ଅନ୍ଦାସ୍ ପାଇଁ ଖୁବ୍ ଜଣାଶୁଣା । ସେ ନିଜର କଥା ବି ବିନ୍ଦାସ ଅନ୍ଦାଜରେ କହିଥାନ୍ତି । ସେ କେବେ ଭାବନ୍ତି ନାହିଁ ଯେ, ତାଙ୍କ ବିଷୟରେ କିଏ କଣ ଭାବୁଛନ୍ତି ।

ନିକଟରେ ଏକ ଇଂରାଜୀ ଖବର କାଗଜକୁ ସାକ୍ଷାତକାର ଦେବାବେଳେ କରୀନାଙ୍କୁ ପୁଅ ତୈମୁର ବିଷୟରେ ପଚରା ଯାଇଥିଲା । ପୁଅ ତୈମୁରର ଫିଲ୍ମ କରିବା ନେଇ ମଜାକ୍ ମଜାକରେ କହିଥିଲେ କରୀନା । ସେ ନିକଟରେ କରଣ ଜୋହରଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । କଣ କଥାବାର୍ତ୍ତା ହୋଇଛନ୍ତି ତା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପୁଅ ତୈମୁର କରିବେ ଫିଲ୍ମ । ସେ କରଣଙ୍କୁ କହିଛନ୍ତି ଯେତେବେଳେ ସେ ଷ୍ଟୁଡେଣ୍ଟ ଅଫ ଦ ଇୟର- ୧୦ ତିଆରି କରିବେ, ହେଲେ ଏବେଠୁ ଏହାର କାଷ୍ଟିଂ କରିଦିଅନ୍ତୁ । କରଣଙ୍କର ଦୁଇଟି ପିଲା ରୁହି ଓ ୟଶ ଏବଂ କରୀନାଙ୍କର ପୁଅ ତୈମୁର । ଏହି ତିନି ଜଣଙ୍କ କାଷ୍ଟିଂ କରଣ ଏବେଠୁ ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୧୦ରେ ସିକୁଏଲରେ କରିନିଅନ୍ତୁ ବୋଲି କହିଛନ୍ତି କରୀନା । ପ୍ରକୃତରେ କରୀନାଙ୍କର ଏକଥା ଏକ ମଜାଦାର୍ କଥା । ହେଲେ ଯଦି ଏମିତି ହୁଏ ସତରେ ଏକ ଭଲ ଫିଲ୍ମ ହେବ ।