ଡାକ୍ତର ନେଲେନି ୫ଶହ ଟଙ୍କିଆ ନୋଟ : ଜୀବନ ହାରିଲା ନବଜାତ ଶିଶୁ

40

baby_e5369186-69b7-11e5-a67c-863da204c6d2ମୁମ୍ବାଇର ଗୋବନ୍ଦିରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ନର୍ସିଂ ହୋମ’ର ଡାକ୍ତରମାନେ ୫ଶହ ଟଙ୍କିଆ ନୋଟ ନେବାକୁ ମନା କରିବାରୁ ,ଜଣେ ନବଜାତ ଶିଶୁର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି ।

ଜଗଦ୍ଦୀଶ ଶର୍ମା ମୃତ ନବଜାତ ଶିଶୁର ବାପା ଶିବାଜୀନଗର ପୁଲିସ ଷ୍ଟେସନରେ ଏଥିପାଇଁ ଏତଲା ଦେଇଛନ୍ତି । ପ୍ରସବ କଷ୍ଟ ହେବାରୁ ଜଗଦ୍ଦୀଶଙ୍କ ସ୍ତ୍ରୀ ଘରେ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ । ତାପରେ ସେମାନେ ମା’ ଓ ଶିଶୁକୁ ଏକ ନର୍ସିଂହୋମକୁ ନେଇଥିଲେ । ସେଠାରେ ଡାକ୍ତର ପ୍ରାଇମେରୀ ଚିକିତ୍ସା କରାଇ ଆଉ ଚିକିତ୍ସା କରିବାକୁ ମନାକରିଦେଇଥିଲେ । କାରଣ ଥିଲା ତାଙ୍କୁ ୫ଶହ ଓ ହଜାରେ ଟଙ୍କିଆ ନୋଟ ନେବାକୁ ମନାକରିଥିଲେ ଡାକ୍ତର । ଖୁଚୁରା ଟଙ୍କା ନେବାକୁ କହିଥିଲେ । ତାପରେ ଅନ୍ୟ ଏକ ହସ୍ପିଟାଲୁ ମା’ଓ ଶିଶୁକୁ ନେବା ବେଳେ ଶିଶୁଟିର ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିଲା ।

1478655068-6809ପୁଲିସ ସେହି ହସ୍ପିଟାଲ ବିରୋଧରେ ଏତଲା ଜାରି କରି ଯାଂଚ କାର୍ଯ୍ୟ ଆରମ୍ଭ କରିଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏହି ଖବରକୁ ନେଇ ଚର୍ଚ୍ଚା । ଅନେକ ଏ ଘଟଣାକୁ ନିନ୍ଦା କରିଛନ୍ତି । ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ୱିଟରରେ ନିଜର ମତ ଦେଇଛନ୍ତି । ଏହି ନୋଟ ଅଚଳ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୋଷାରୋପ କରିବା ଉଚିତ ନୁହେଁ ବୋଲି ଟ୍ୱିଟରେ ସେୟାର କରିଛନ୍ତି ।