ଶୈବପୀଠ ଧବଳେଶ୍ୱର ଚଳଚଂଚଳ : ବଡଓଷା ପରେ ବାହାରିଲା ଗଜଭୋଗ

73

କନକ ବ୍ୟୁରୋ : ଆଜି ପବିତ୍ର ବଡ ଓଷା । ଏଥିପାଇଁ ଚଳଚଂଚଳ ପ୍ରସିଦ୍ଧ ଧବଳେଶ୍ୱର ପୀଠ । ରୀତି ନୀତି ଅନୁଯାୟୀ ମଧ୍ୟରାତ୍ରରେ ସ୍ନାନ ନୀତି ପରେ ମହାଦେବଙ୍କଠାରେ ଗଜ ଭୋଗ ଲାଗି ହୋଇଛି । ଏହା ପରେ ବଡ ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀ ଧବଳେଶ୍ୱର ।

ଏହି ଉପଲକ୍ଷେ ପୀଠରେ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଛି । ଭକ୍ତଙ୍କ ଗହଳିକୁ ଆଖି ଆଗରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।