ପତିଙ୍କୁ ସାଥିରେ ନନେଇ ଘରୁ ବାହାରିବା ହେଲା କାଳ : ଏକୁଟିଆ ବଜାର ଯିବାରୁ ମହିଳାଙ୍କ ମୁଣ୍ଡ କାଟ ହୋଇ ହତ୍ୟା

56

2ନିଜ ପତିଙ୍କ ବିନା ଏକୁଟିଆ ବଜାର ଯିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ଅଫଗାନିସ୍ତାନରେ ଜଣେ ମହିଳାଙ୍କର ମୁଣ୍ଡ କାଟ ହୋଇଛି । ସୂଚନା ଅନୁସାରେ କିଛି ହତିଆରଧାରୀ ମହିଳାଙ୍କର ମୁଣ୍ଡକାଟି ହତ୍ୟା କରିଛନ୍ତି । ଏ ଘଟଣାଟି ତାଲିବାନ ଅଧିନରେ ଥିବା ସର-ଏ -ପୁଲ ଅଂଚଳରେ ଘଟିଛି ।

ପ୍ରାନ୍ତୀୟ ଗଭର୍ଣ୍ଣରଙ୍କ ପ୍ରବକ୍ତା ଜବିଉଲ୍ଲାହ ଅମାନୀ ନେସନ ଖବରକୁ କହିଛନ୍ତି ଯେ ୩୦ ବର୍ଷୀୟ ଏହି ମହିଳା ପତିଙ୍କୁ ସାଥିରେ ନନେଇ ଘରୁ ବାହାରିବା କାରଣ ଯୋଗୁଁ .ତାଙ୍କୁ ଏମିତି ଟାର୍ଗେଟ କରାଯାଇଛି । ମହିଳାଙ୍କ ପତି ଇରାନରେ ଅଛନ୍ତି । ମିଡିଲ୍ ଇଷ୍ଟ୍ ପ୍ରେସର ତଥ୍ୟ ଅନୁସାରେ ମହିଳା ଜଣକ କିଛି ଜିନିଷ କିଣିବା ପାଇଁ ବଜାର ଯାଇଥିଲେ ।

ତାଲିବାନ ଶାସନରେ ନିୟମ ଖୁବ କଡାକଡି ରହିଛି । କୈାଣସି ମହିଳା ଏକୁଟିଆ ବାହାରେ ବୁଲାବୁଲି କରିପାରିବେ ନାହିଁ । ଯଦି କୈାଣସି ମହିଳା ଏକଲା ଘରୁ ବାହାରକୁ ଯାଆନ୍ତିତ ସାଥିରେ ନିଜ ପତି କିମ୍ବା ଜଣେ ସଂପର୍କୀୟ ପୁରୁଷଙ୍କୁ ସାଥିରେ ନେଇ ଯିବାକୁ ବାଧ୍ୟ । ତାଲିବାନ ଶାସନରେ ମହିଳାଙ୍କୁ ଚାକିରି କରିବା ଓ ପାଠପଢା ପାଇଁ ମଧ୍ୟ ରୋକ୍ ଲଗାଯାଇଛି । ମହିଳାମାନେ ବୁର୍ଖା ପିନ୍ଧିବା ଅନିବାର୍ଯ୍ୟ । ଏବେ ଏହି ମହିଳାଙ୍କ ମୁଣ୍ଡ କାଟି ହତ୍ୟା କରିବା ଖବର ନେଇ ଚାରିଆଡେ ଚର୍ଚ୍ଚା ।