ଆଲୁଅ ପୂର୍ବରୁ ଅନ୍ଧାର : ସୁଇସାଇଡ୍ କଲେ ସଫ୍ଟୱେର ଇଂଜିନିୟର

106

3ଦୀପାବଳିରେ ହୋଟେଲରେ ରହୁଥିବା ଅନେକ ସାଥି ଝିଅ ନିଜ ନିଜ ଘରକୁ ଚାଲିଯାଇଥିଲେ । ୨୫ ବର୍ଷୀୟା ସଫ୍ଟୱେର ଇଂଜିନିୟର ନିଶା ବି ବାହାରିଥିଲେ ନିଜଘରକୁ ଯିବାପାଇଁ । ବ୍ୟସ୍ତମୟ ଦୈନିକ ଜୀବନରୁ ଟିକେ ଅବସର ପାଇଁ ରାତି ପାହିଲେ ଘରମୁହାଁ ହୋଇଥାନ୍ତେ । କିନ୍ତୁ ଘଟିଗଲା ଆଉ କିଛି । ଶରୀର ଝୁଲିଲା ରହୁଥିବା ହୋଟେଲର ଫ୍ୟାନରେ । ତଳେ ଟେବୁଲ ଉପରେ ଥୁଆ ହୋଇଥିଲା ଦୁଇ ଲାଇନ ସୁଇସାଇଡ ନୋଟ୍ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ପୁଲିସ ଖୋଜୁଛି ମୃତ୍ୟୁର କାରଣ ।

ଏମିତି ଏକ ଦୁଃଖଦ ଘଟଣା ଘଟିଛି ବିଜୟ ନଗର ନିକଟରେ ଏକ ସ୍ଥାନୀୟ ହୋଟେଲରେ । ସେହି ହୋଟେଲରେ ରହୁଥିଲେ ୨୫ ବର୍ଷୀୟା ନିଶା କୁମାରୀ । ଇନ୍ଦୋରର ଏକ ଆଇଟି କଂପାନୀରେ ସଫ୍ଟୱେର ଇଂଜିନିୟର ଥିଲେ । ଶନିବାର ଦିନ ନିଜ ଘରକୁ ଯାଇଥାନ୍ତେ । ହେଲେ ଗତ ଶୁକ୍ରବାର ରାତିରେ ସେ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା ।

4ହୋଟେଲ ସଂଚାଳକଙ୍କ ସୂଚନା ଅନୁସାରେ ସକାଳେ ଯେତେବେଳେ ନିଶା ଜଳଖିଆ ପାଇଁ ଆସିନଥିଲେ ସେ ନିଶାଙ୍କୁ ଡାକିବାକୁ ତାଙ୍କ ରୁମକୁ ଯାଇଥିଲେ । ଯାହା ଦେଖିଲେ ବିଶ୍ୱାସ କରିପାରିଲେ ନାହିଁ । ନିଶା କୁମାରୀଙ୍କ ମୃତ ଶରୀର ଝୁଲୁଥିଲା ଫ୍ୟାନରେ । ଆଖପାଖର ଲୋକଙ୍କୁ ଡାକି ହୋଟେଲ ସଂଚାଳକ ପୁଲିସକୁ ଖବର ଦେଇଥିଲେ ।
ସୂଚନା ଅନୁସାରେ ନିଶା ଖୁବ୍ ପ୍ରତିଭାବାନ ଥିଲେ । ଇଂଜିନିୟର ପଢା ବେଳେ ସେ ରାଜିବ ଗାନ୍ଧି ପ୍ରୌଦୋଗିକି ବିଶ୍ୱବିଦ୍ୟାଳୟରୁ ସିଲଭର୍ ମେଡାଲ ସହ ଅନେକ ପୁରସ୍କାର ବି ପାଇଛନ୍ତି । ତାଙ୍କର ପିତା ସିହୋରର ସାମାଜିକ କାର୍ଯ୍ୟକର୍ତା ଅଟନ୍ତି ।

5ସୁଇସାଇଡ ନୋଟରେ କଣ ଲେଖା ଥିଲା ?
ବିଜୟନଗର ଥାନାର ଏସଆଇଙ୍କ ସୂଚନା ଅନୁସାରେ ସୁଇସାଇଡ ନୋଟଟି ଦୁଇ ଲାଇନର ଥିଲା । ସେଥିରେ ଲେଖା ଥିଲା “ ମୋ ମୃତ୍ୟୁ ପରେ ମୋର ସବୁ ଜିନିଷ ମୋ ଘରକୁ ପଠାଇଦେବେ ” । ଦ୍ୱିତୀୟ ଲାଇନରେ ଲେଖା ଥିଲା-“ ପାଖରେ ଥିବା ମୋର ଓ ଭଗବାନଙ୍କ ଫଟୋ ସବୁ ମୋ ଶବ ସହ ଜଳାଇଦେବେ ”।
ହେଲେ ନିଶା କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ ।ଦୈନିକ ଭାସ୍କରରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।