ସିଂହ ପିଠିରେ ବର ! ବାହାଘରକୁ ନେଇ ସୋସିଆଲ ମିଡିଆରେ ଭାଇରାଲ

20

କନକ ବ୍ୟୁରୋ : ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଜଣେ ବରର ବିବାହ ଭିଡିଓ । ଘୋଡା କିମ୍ବା ହାତୀ ପିଠିରେ ନୁହେଁ, ସିଂହ ପିଠିରେ ବସି ବିବାହ କରିବାକୁ ଗଲେ ବର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନର ମୁଲତାନରେ ।

ସିଂହ ରହୁଥିବା ଏକ ପିଂଜରା ଉପରେ ବସି ବିବାହ କରିବାକୁ ଯାଇଥିଲେ ମୁଲତାନର ଶେଖ୍ ମହମ୍ମଦ ନାମକ ଜଣେ ବ୍ୟକ୍ତି । ପିଂଜରା ଭିତରେ ସିଂହ ରହିଥିବା ବେଳେ ତା’ ଉପରେ ବସି ଧୁମଧାମରେ ରୋଷଣୀ କରି କନ୍ୟା ଘରେ ପହଂଚିଥିଲେ ବର । ଆଉ ସିଂହ ଉପରେ ବସିଥିବା ଦୁହ୍ଲେରାଜାକୁ ଦେଖିବାକୁ ବେଶ୍ ଭିଡ ବି ଜମିଥିଲା । ଏ ସଂପର୍କରେ ବର ଶେଖ୍ ମହମ୍ମଦଙ୍କ କହିବା କଥା ହେଲା, ସିଂହ ଉପରେ ବସି ବିବାହ କରିବା ତାଙ୍କର ଅନେକ ଦିନର ସ୍ୱପ୍ନ ଥିଲା । ଆଉ ତାଙ୍କର ସ୍ୱପ୍ନ ପୂରଣ କରିଥିବାରୁ ସେ ନିଜ ବାପାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ତାଙ୍କର ଏପରି ଅଜବ କାରନାମାର ଭିଡିଓ ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରଣ ହେବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହୋଇଥିଲା । ହେଲେ ଏଭଳି ଏକ ଅଜବ ନିଶା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –