ଓଡିଶାରୁ ପସ୍କୋ ଗଲା : ରାଜ୍ୟରେ ପସ୍କୋ ପ୍ରକଳ୍ପ ବାତିଲ ନେଇ ସୂଚନା ଦେଲେ ଶିଳ୍ପମନ୍ତ୍ରୀ

20

କନକ ବ୍ୟୁରୋ : ଜମି ଫେରାଇବା ନେଇ ଶିଳ୍ପ ବିଭାଗକୁ ପସ୍କୋର ଚିଠି ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । ପସ୍କୋର ରାଜ୍ୟ ସରକାରଙ୍କ ଠାରୁ ୨୭୦୦ ଏକର ଜମି ନେଇଥିଲା । ଜମି ଅଧିଗ୍ରହଣ ବାବଦରେ ୮୨ କୋଟି  ପୈଠ କରିବାକୁ କୁହାଯାଇଥିଲା । କିନ୍ତୁ ଜମି ଫେରାଇବା ବଦଳରେ ପସ୍କୋ ଚିଠି ଲେଖିଥିବା ଶିଳ୍ପ ମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ପସ୍କୋ ଠାରୁ ଜମି ଫେରାଇ ଅଣାଯାଇ ତାହାକୁ ଲ୍ୟାଣ୍ଡ ବ୍ୟାଙ୍କରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଣିକି ଓଡିଶାରେ ପ୍ରକଳ୍ପ କରିବ କି ନାହିଁ ତାହା ପସ୍କୋ ନିଷ୍ପତି ନେବ ବୋଲି ଦେବୀ ମିଶ୍ର କହିଛନ୍ତି ।