ମୋଦିଙ୍କ ନୋଟ୍ ସର୍ଜିକାଲ ଷ୍ଟ୍ରାଇକର ପ୍ରକୃତ ହିରୋ : କର୍ତ୍ତବ୍ୟ ପାଇଁ ତୁଚ୍ଛ କଲେ ପରିବାର

93

atm-line-1ଦେଶରୁ କଳାଧନ ଓ ଜାଲି ନୋଟରେ ରୋକ୍ ଲଗେଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନୋଟ ବିମୁଦ୍ରାକରଣରେ ଦେଶ ପଡୁଛି ଉଠୁଛି । ଅନେକ ମତ ଓ ମନ୍ତବ୍ୟ । ସୋସିଆଲ ମିଡିଆ ,ଟିଭି ଓ ଖବରକାଗଜ ଗୁଡିକରେ ଲୋକଙ୍କର ହଇରାଣ ହରକତର କଥା ଓ ଦୃଶ୍ୟ । ଏଟିଏମ କାଂଉଟର ଓ ବ୍ୟାଙ୍କରେ ଲମ୍ବା ଲାଇନ । ଟଙ୍କା ନପାଇ ଲୋକେ ହନ୍ତସନ୍ତ । ହେଲେ ଏ ଖବର ପରେ ଆହୁରି ଏକ ବଡ ଖବର ଯାହା ଲୋକଙ୍କ ଦୃଷ୍ଟି ଆଢୁଆଳରେ ।

443713-modi-jacketଯେଉଁମାନେ ମୋଦିଙ୍କ ଏଭଳି ମହତ କାମ ପାଇଁ ଦିନ ରାତିକୁ ଏକ କରିଦେଇଛନ୍ତି । ନିଜ ଘରଦ୍ୱାର ଓ ଆର୍ଥିକ ଅବସ୍ଥାକୁ ପଛ କରି ମାତିଛନ୍ତି ଲୋକଙ୍କୁ ସୁବିଧା ଦେବାପାଇଁ । ସେମାନେ ହେଲେ ୪୦ ହଜାର କ୍ୟାସ୍ ଭ୍ୟାନ୍ ଡ୍ରାଇଭର ,ସିକ୍ୟୁରିଟି ଗାର୍ଡ ଓ ସଂରକ୍ଷକ । ଯେଉଁମାନେ ଏଟିଏମରେ ଟଙ୍କା ଭରିବା ପାଇଁ ସାଜିଛନ୍ତି ସାଇଲେନ୍ସ ଫିଗର । ଏମାନେ ହେଲେ ପ୍ରକୃତ ହିରୋ । ଟଙ୍କା ପାଇଁ ଧାଡିରେ ଛିଡା ହୋଇଥିବା ଲୋକଙ୍କ ଠାରୁ ଏମାନେ କମ୍ କଷ୍ଟ କରୁନାହାଁନ୍ତି ।

ଏହି କାମକୁ ସେମାନେ ଗର୍ବର ସହ କରୁଛନ୍ତି ବୋଲି କୁହନ୍ତି । କଳାଧନ ଦେଶରୁ ହଟେଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଏହି ହିରୋମାନେ । ଅମ୍ରିତସରର ହରିଶ ପାଲିୱାଲା । ତାଙ୍କର ଦୁଇଟି ଛୋଟ ପିଲାକୁ ଘରେ ଛାଡି ଲାଗିଛନ୍ତି ଏହି କାମରେ । ସେମାନେ ଅନେଇଛନ୍ତି ବାପା କେବେ ଫେରିବେ । ଆଉ ଜଣେ ଭ୍ୟାନ ଡ୍ରାଇଭର ବିକାଶ ପାଣ୍ଡେ । ୪ ଦିନ ହେଲା ଘରକୁ ଯାଇନାହାଁନ୍ତି । ବିନା ବିଶ୍ରାମରେ ଲାଗିଛନ୍ତି କାମରେ ।

ତଥାପି ସେମାନେ ଖୁସି ନିଜର ଏହି କାମ ଓ କର୍ତବ୍ୟରେ । ଏ ଖବର ଜି ନ୍ୟୁଜରେ ପ୍ରକାଶିତ ହୋଇଛି । ସମସ୍ତେ ଏହା ଜାଣିବା ପରେ ସେମାନଙ୍କୁ ସାଲ୍ୟୁଟ କରୁଛି ସମାଜ । ଚାରିଆଡୁ ମିଳୁଛି ପ୍ରଶଂସା ।