ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦେଲେ ସୂଚନା : ଆସିବନି ୧୦୦୦ ଟଙ୍କିଆ ନୋଟ୍
କନକ ବ୍ୟୁରୋ : ନୂଆ ରୂପରେ ଆସିଲା ୫ଶହ ଟଙ୍କିଆ ନୋଟ୍ ହେଲେ ଆସିବନି ୧୦୦୦ ଟଙ୍କିଆ ନୋଟ୍ । ପୁରୁଣା ୫ଶହ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରି ଦେଇଛନ୍ତି ମୋଦି ସରକାର । କଳା ଧନ ରୋକିବା ପାଇଁ ପଦକ୍ଷେପ ନେଇ ବଡ ନୋଟକୁ ଅଚଳ କରିଦେଇଛନ୍ତି ସରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
ଅର୍ଥନୀତି କ୍ଷେତ୍ରରେ ସର୍ଜିକାଲ ଷ୍ଟ୍ରାଇକ୍ ପରେ ସରକାରଙ୍କ ପକ୍ଷରୁ ପୁରୁଣା ୫ଶହ ଟଙ୍କାର ନୋଟକୁ ପରିବର୍ତନ କରାଯାଇ ନୂଆ ରଙ୍ଗ ଓ ନୂଆ ଡିଜାଇନରେ ବଜାରକୁ ଆସିଛି ୫ଶହ ଟଙ୍କିଆ ନୋଟ୍ ।
ଆଶା କରାଯାଉଥିଲା ହଜାରେ ଟଙ୍କିଆ ନୋଟ ମଧ୍ୟ ନୂଆ ରୂପରେ ମାର୍କେଟକୁ ଆସିବ । ହେଲେ ସେଭଳି ହେବାର ନାହିଁ ,ନିକଟ ଭବିଷ୍ୟତରେ ୧୦୦୦ ଟଙ୍କିଆ ନୋଟ୍ ମାର୍କେଟକୁ ଆସିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ।