ରାସ୍ତା ଉପରେ ଥ୍ରୀଡି ଛବି : ଦର୍ଶକଙ୍କୁ କରିଛି ବିମୋହିତ

60

1ଭୁବନେଶ୍ୱର : ବକୁଳ ଫାଉଣ୍ଡେସନର ଆନୁକୁଲ୍ୟରେ ଦୁଇଦିନ ଧରି ଥ୍ରୀଡି ଷ୍ଟ୍ରିଟ୍ ଆର୍ଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସତ୍ୟନଗରର ବକୁଲ ଫାଉଣ୍ଡେସନ ସାମ୍ନାରେ ଚିତ୍ରଶିଳ୍ପୀମାନେ ବିଭିନ୍ନ ପ୍ରକାରର ଥ୍ରୀଡି ଚିତ୍ର ଆଙ୍କିଥିଲେ । ଏହାକୁ ଦର୍ଶକମାନେ ଖୁବ୍ ଉପଭୋଗ କରିଥିଲେ ।

5ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ବିଶ୍ୱର ପ୍ରସିଦ୍ଧ ଷ୍ଟ୍ରିଟ୍ ଆର୍ଟିଷ୍ଟ ଟ୍ରାସେ ଲି ଷ୍ଟମଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ଏହି କର୍ମଶାଳା ।

ବିଭିନ୍ନ ଡିଜାଇନର ଥ୍ରୀଡି ଚିତ୍ର ଏଠି ଦେଖିବାକୁ ମିଳିଥିଲା । ଏହି ଆର୍ଟ କର୍ମଶାଳାରେ ଭୁବନେଶ୍ୱରର ୧୦ ଜଣ ଯୁବ ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ ।