ଇନ୍ଧନ ଗ୍ୟାସ ସିଲିଣ୍ଡର ସହ ଜଡିତ କିଛି ଅଜଣା କଥା ! ଗୋଟିଏ ନୁହେଁ ବରଂ ଉପଭୋକ୍ତାଙ୍କୁ ମିଳିବ ଅନେକ ଫାଇଦା

51

ଯଦି ଆପଣ ଇନ୍ଧନ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଖବର ଜଣାଇବାକୁ ଯାଉଛୁ ତାହା ନିଶ୍ଚୟ ରୂପେ ଆପଣଙ୍କ କାମରେ ଆସିବ । ଖାଲି କାମରେ ନୁହେଁ ବରଂ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଭାବେ ପ୍ରମାଣିତ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେସଂପର୍କରେ . . .

• ପ୍ରଥମ କଥା ହେଲା, ଆପଣ ଯେଉଁ କପାନୀର ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ସେହି କଂପାନୀର ରେଗୁଲେଟର ହିଁ ବ୍ୟବହାର କରନ୍ତୁ । ଏଥିସହିତ ସିଲିଣ୍ଡର ରଖିଥିବା ସ୍ଥାନରେ କୌଣସି ପ୍ରକାରର ବୈଦ୍ୟୁତିକ ଉପକରଣ ରଖନ୍ତୁ ନାହିଁ ।

• ଗ୍ୟାସ କନେକସନ ନେବା କ୍ଷଣି ହିଁ ଆପଣଙ୍କର ବୀମା ମାଗଣାରେ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଯଦି ଗ୍ୟାସ ସିଲିଣ୍ଡର କାରଣରୁ କୌଣସି ଦୁର୍ଘଟଣା ଘଟେ ତେବେ ଆପଣ ଇନସ୍ୟୁରାନ୍ସ କ୍ଲେମ କରିପାରିବେ ।

• ଗ୍ୟାସ ଏଜେନ୍ସି ମୁଖ୍ୟଙ୍କ ସୂଚନା ମୁତାବକ, ଗ୍ୟାସ ଜନିତ ଦୁର୍ଘଟଣାରେ ଆହାତ ତଥା ପିଡିତ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ ମିଳିପାରିବେ । ମାତ୍ର ଏଥିପାଇଁ ପ୍ରଥମେ ଆପଣ ଆପଣଙ୍କର ଡିଷ୍ଟ୍ରିବ୍ୟୁଟର ସହ ଆଲୋଚନା କରିବାକୁ ହେବ ।

• ଗ୍ୟାସରେ ବ୍ୟବହୃତ ହୋଇଥିବା ପାଇପ୍ ୧. ୫ ମିଟରୁ ଅଧିକ ଲମ୍ବା କିମ୍ବା ଏହାଠାରୁ ଛୋଟ ହେବା ଉଚିତ ନୁହେଁ । ତେବେ ଜରୁରୀ ଅଟେ କି, ସମୟ ସମୟରେ ସିଲିଣ୍ଡରେ ଲାଗିଥିବା ପାଇପକୁ ଯାଂଚ କରିବା ସହିତ ପ୍ରତି ପାଂଚ ବର୍ଷରେ ଥରେ ବଦଳାଇ ଦିଅନ୍ତୁ ।

• ସେହିପରି ସିଲିଣ୍ଡର ବ୍ଲାଷ୍ଟ ହେବା କାରଣରୁ ଯଦି କୌଣସି ଉପଭୋକ୍ତାଙ୍କର ମୃତ୍ୟୁ ଘଟେ ତେବେ ସେ ୫ ଲକ୍ଷ ଟଙ୍କା ପ୍ରତି ବ୍ୟକ୍ତିଙ୍କ ପିଛା କ୍ଲେମ କରିପାରିବେ । କ୍ଷତିଗ୍ରସ୍ତ ପାଇଁ ମଧ୍ୟ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କ୍ଲେମ କରିପାରିବେ ।

• ଇନ୍ଧନ ଗ୍ୟାସ ସିଲିଣ୍ଡର ଆୟୁଷ ସର୍ବାଧିକ ୧୦ ବର୍ଷ ହୋଇଥାଏ । ଏହାପରେ ପ୍ରଯୁଯ୍ୟହୀନ ହୋଇପାରେ । ଏଥିପାଇଁ ଜରୁରୀ ଅଟେ କି ଏହାର ଏକ୍ସପାରୀ ଡେଟକୁ ମଧ୍ୟ ସମୟେ ସମୟେ ଚେକ୍ କରିବା ଉଚିତ । ଏଥିପାଇଁ ସିଲିଣ୍ଡରେ ଲଗାଯାଇଥିବା ତିନିପତ୍ର ଥିବା ଚିତ୍ରକୁ ଧ୍ୟାନର ସହ ଦେଖନ୍ତୁ । ଏଥିରେ ଏ-୧୦,ବି-୧୨ କିମ୍ବା ସି-୧୫, ଡି-୧୪ ଲେଖାଯାଇଥାଏ ।

• ଏଥି ମଧ୍ୟରୁ ଏ-ର ଅର୍ଥ ହେଲା ଜାନୁଆରୀରୁ ମାର୍ଚ୍ଚ, ବି-ର ଅର୍ଥ ଏପ୍ରିଲରୁ ଜୁନ୍, ସି-ର ଅର୍ଥ ଜୁଲାଇରୁ ସେପ୍ଟେମ୍ବର ଏବଂ ଡି-ର ଅର୍ଥ ହେଲା ଅକ୍ଟୋବରରୁ ଡିସେମ୍ବର । ସେହିପରି ଏହା ପରେ ଲେଖାଯାଇଥିବା ସଂଖ୍ୟା ବର୍ଷକୁ ସୂଚାଇଥାଏ ।