ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା ! ପଢନ୍ତୁ ସାରା ପୃଥିବୀର ଏହି ଅଦ୍ୱିତୀୟ ପର୍ବର ଇତିହାସ

61

ଭାରତରେ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଥିବା ବିଶିଷ୍ଟ ଉତ୍ସବମାନଙ୍କ ମଧ୍ୟରେ ରଥଯାତ୍ରା ଅନ୍ୟତମ । ଆଜିକାଲି ରଥଯାତ୍ରା କହିଲେ ଶ୍ରୀ ଜଗନ୍ନାଥଙ୍କୁ ହିଁ ବୁଝାଏ । ଜନସମାଗମ, ପବିତ୍ରତା ଓ ପରିପାଟୀ ଦୃଷ୍ଟିରେ ସାରା ପୃଥିବୀରେ ଏହା ଏକ ଅଦ୍ୱିତୀୟ ପର୍ବ । ଏହା କେଉଁ ପ୍ରାଚୀନ କାଳରୁ ଆରମ୍ଭ ହୋଇଛି ତାହା ସ୍ପଷ୍ଟ ଭାବରେ କହିବା କଷ୍ଟ । ଏକଦା ଏହି ପୂଣ୍ୟ ଭୂମିରେ ଭାରତରେ ସୈାର, ଶାକ୍ତ, ଶୈବ, ବୈଷ୍ଣବ, ବୈାଦ୍ଧ ପ୍ରଭୃତି ଧର୍ମ ସମ୍ପ୍ରଦାୟ ଆରାଧ୍ୟ ଦେବାଦେବୀଙ୍କ ଅର୍ଚ୍ଚନା ପାଇଁ ରଥ ନିର୍ମାଣ କରି ଏହି ଯାତ୍ରା ଆରମ୍ଭ କରିଥିଲେ କରାଯାଇଥିଲା ବୋଲି ପୁରାଣ ଓ ବହୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ।

କଠୋପନିଷଦରେ ସ୍ଥୂଳ ଶରୀରକୁ ରଥ ସହିତ ତୁଳନା କରାଯାଇଛି । ରଥର ଅସ୍ୱିତ୍ୱ ବହୁ ପୂର୍ବରୁ ପ୍ରଚଳିତ ହୋଇ ଆସୁନଥିଲେ ଉପନିଷେଦରେ ଏପରି ଉଲ୍ଲେଖ କରାଯାଇ ନଥାନ୍ତା । ବେଦରେ ଅନେକ ପ୍ରକାରର ରଥ, ରଥରେ ଯୋଖାଯାଇଥିବା ପ୍ରାଣୀମାନଙ୍କର ନାମ ଏବଂ ରଥର ବିଭିନ୍ନ ଅଂଶ ବର୍ଣ୍ଣିତ ହୋଇଛି । ରାମାୟଣ ମହାଭାରତ ଯୁଗରେ ଯୋଦ୍ଧାମାନେ ରଥରେ ଚଢି ଯୁଦ୍ଧ କରୁଥିଲେ । ଯୁଦ୍ଧ ସମୟରେ ରଥର ଆବଶ୍ୟକତା ଅନେକ ପରିମାଣରେ ଅଧିକ ଥାଏ । ରାମାୟଣରୁ ଜଣାଯାଏ ଯେ ଲଙ୍କାର ରାଜା ରାବଣ ତାଙ୍କର ପୁଷ୍ପକ ବିମାନରେ ପୁଞ୍ଚବଟୀ ବନରୁ ସୀତାଙ୍କୁ ଚୋରାଇ ନେଇ ଦେଇଥିଲେ ଏବଂ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ସେଇ ବିମାନରେ ସୀତା ଓ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ଫେରିଆସିଥିଲେ । ମହାଭାରତ ଯୁଦ୍ଧରେ ରଥ ବହୁଳ ପରିମାଣରେ ବ୍ୟବହୃତ ହୋଇଥିବାର ଉଲ୍ଲେଖ ରହିଛି । କର୍ଣ୍ଣ, ଅର୍ଜୁନ, ଦ୍ରୋଣ ପ୍ରଭୃତି ରଥୀମାନେ ସ୍ୱ ସ୍ୱ ରଥରେ ଚଢି ଯୁଦ୍ଧ କରୁଥିଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥର ସାରଥି ଥିଲେ । ତଥର ଉତ୍ପତ୍ତି ସମୟ ଯେ ବହୁ ପ୍ରାଚୀନ ଏଥିରେ ମତଦ୍ୱୈ÷ଧ ନାହିଁ ।

ରଥଯାତ୍ରାର ଉତ୍ପତ୍ତି ସମ୍ପର୍କରେ ଗବେଶକ ତଥା ପ୍ରତ୍ନତତ୍ୱବିତମାନେ ବିଭିନ୍ନ ମତବାଦ ପୋଷଣ କରିଅଛନ୍ତି । ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତରେ ବୁଦ୍ଧଦେବଙ୍କ ଜନ୍ମ ଉତ୍ସବ ଉପଲକ୍ଷେ ସର୍ବପ୍ରଥମେ ରଥଯାତ୍ରାର ପ୍ରଚଳନ କରାଯାଇଥିଲା ।ଏଥିରୁ ହିଁ ଭାରତୀୟ ରଥଯାତ୍ରାର ଉତ୍ପତ୍ତି । ତାଙ୍କର ଯୁକ୍ତିହ ଫାହିୟାନଙ୍କ ବର୍ଣ୍ଣିତ ରଥଯାତ୍ରା ଉପରେ ଆଧାରିତ । ଫାହିୟାନ ଖୋତନ ରାଜ୍ୟରେ ଦେଖିଥିବା ରଥଯାତ୍ରା ବିଶଦ ଭାବରେ ବର୍ଣ୍ଣନା କରିଅଛନ୍ତି ।

ଚତୁର୍ଥ ମାସ ପ୍ରଥମ ସପ୍ତାହରେ ନଗରର ସମସ୍ତ ରାସ୍ତା ଧ୍ୱଜ ପତାକା ଦ୍ୱାରା ବିଭୂଷିତ ହୋଇଥାଏ । ରାଜପଥ ପରୁଷ୍କୃତ ଏବଂ ବିଭିନ୍ନ ପୁଷ୍ପ ଦ୍ୱାରା ସଜ୍ଜିତ । ରାଜାରାଣୀ ପାତ୍ରମନ୍ତ୍ରୀଙ୍କ ଲାଗି ରାଜପଥରେ ଗୋଟିଏ ସ୍ଥାନ ନିରୂପିତ କରାଯାଇଥାଏ । ରଥରେ ପ୍ରଥମେ ବୈଦ୍ଧଆଚାର୍ଯ୍ୟମାନଙ୍କର ତ୍ମୂର୍ତ୍ତି ସଜ୍ଜିତ ନଗରର ୩ ରୁ ୪ କିମି ଦୂରରେ ରଥ ପ୍ରସ୍ତୁତି ହୋଇ ରହିଥାଏ । ଚାରିଚକ ବିଶିଷ୍ଟ ରଥର ଉଚ୍ଚତା ୩୦ ଫୁଟ ଏବଂ ସପ୍ତ ମହାରତ୍ନ ସୁଶୋଭିତ ହୋଇ ମଧ୍ୟ ସ୍ଥଳରେ ମୂଳ ବିଗ୍ରହ, ଦୁଇ ପାଶ୍ୱର୍ରେ ସହଚର ରୂପେ ଦୁଇ ବୋଧିସତ୍ୱ ଅନୁତର ରୂପେ ନାନା ଦେବ ମୂର୍ତ୍ତି । ଏହି ସଜ୍ଜା ହୋଇଥିବା ରଥ ପ୍ରସାଦ ନିକଟରେ ପହଞ୍ଚିବା ମାତ୍ରେ ରାଜା ମୁକିଟ ଖୋଲି ନୂତନ ବସ୍ତ୍ର ପରିଧାନ କର୍ି ଅବନତ ମସ୍ତକରେ ବୁଦ୍ଧଦେବଙ୍କୁ ଅର୍ଚ୍ଚନା କଲେ । ଏହି ସମୟରେ ପୂରାନାରୀଗଣ ପୁଷ୍ପ ବୃଷ୍ଟି କରି ପରିବେଶର ମହାନୀୟତା ବୃଦ୍ଧି କଲେ । ଏହି ମହୋତ୍ସବ ଚତୁର୍ଥ ମାସର ପ୍ରତିପଦଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ ।

ଏହି ପ୍ରକାର ବୈାଦ୍ଧ ରଥଯାତ୍ରା ପାଟଳିପୁତ୍ର ନାଗରୀରେ ମହାସମାରୋହରେ ପାଳିତ ହୁଏ ବୋଲି ଫାହିୟାନ୍ ତାଙ୍କ ବିବରଣୀରେ ଉଲ୍ଲେଖ ରହିଛି । ପ୍ରତି ବର୍ଷ ଦ୍ୱିତୀୟ ମାସର ଅଷ୍ଟମ ଦିବସରେ ଏହି ଉତ୍ସବ ପାଳିତ ହୁଏ । ନଗରର ଅଧିବାସୀମାନେ ବୁଦ୍ଧ ପ୍ରତିମାକୁ ରଥରେ ବସାଇ ମଗର ପରିକ୍ରମା କରନ୍ତି । ଚାରିଚକ ବିଶିଷ୍ଟ, ପଞ୍ଚଅର ଶୋଭିତ, ତ୍ରିଶୂଳାକାର ବାଇଶି ହାତ ଉଚ୍ଚ, ଧ୍ୱଜ ଦଣ୍ଡ ଶୋଭିତ ରଥ ଦେଖିବାକୁ ଠିକ୍ ମନ୍ଦିର ପରି । ବିଭି୍ନ୍ନ ରଙ୍ଗର ସୁଚିକ୍କଣ ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇ ଏଇ ପବିତ୍ର ରଥ ଜନମନ ଆକର୍ଷଣ କରିଥାଏ । ସ୍ୱର୍ଣ୍ଣ ରୈାପ୍ୟ ଅଳଙ୍କାର ବିମଣ୍ଡିତ ନାନା ଦେବ ମୂର୍ତ୍ତି ପରିଶୋଭିତ ହୋଇ ପ୍ରାୟ ୨୦ଟି ବୃହତ୍ତ ରଥ ନଗର ପରିକ୍ରମା ହୋଇଥାଏ । ଏହି ଉତ୍ସବରେ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକ ଯୋଗଦାନ କରି ଆନନ୍ଦ ଅନୁଭବ କରିଥାଆନ୍ତି । ବିଭିନ୍ନ ବାଦ୍ୟ ଯନ୍ତ୍ରର ଧ୍ୱନି ମଧ୍ୟରେ ରଥ ରାଜପଥରେ ଆଗେଇ ଚାଲିଥାଏ । ସାରା ରାତି ହେି ଉତ୍ସବ ପାଳନ କରାଯାଏ । ଏହି ରଥଯାତ୍ରାକୁ ଦେଖିବା ଲାଗି ଅନେକ ସ୍ଥାନରୁ ଲୋକମାନେ ଏଠାକୁ ଆସିଥାଆନ୍ତି ।

ପାଟଳିପୁତ୍ର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମ ତିଥି ଉପଲକ୍ଷେ ହୋଇଥାଏ ବୋଲି ଫାହିୟାନ ବର୍ଣ୍ଣନା କରିଅଛନ୍ତି ଯେ ଜଗନ୍ନାଥଙ୍କ ରଥଯାତ୍ରା ଏହି ଯାତ୍ରାର ଅନୁକରଣରେ ପାଳିତ ହେଉଛି । ତାଙ୍କର ଏହି ଯୁକ୍ତି ଗ୍ରହଣ ଯୋଗ୍ୟ ହୋଇନପାରେ । ବୁଦ୍ଧଙ୍କ ଜନ୍ମ ଦିନରେ ଏହି ଉତ୍ସବ ପାଳନ କରାଯାଏ ବୋଲି ଅନେକ ବୁଦ୍ଧଧର୍ମାଲମ୍ବିମାନେ କହନ୍ତି । ଏହାଛଡା ଫାୟିଆନ ବିବରଣୀରେ ମଧ୍ୟ କେତେକ ତ୍ରୁଟି ପରିଲକ୍ଷିତ ହୁଏ । ତାଙ୍କର ବିବୃତ୍ତି ଅନୁସାରେ ଏହି ପର୍ବ କେଉଁ ସାସର ପ୍ରଥମ ଦିବସରେ ଓ କେଉଁ ମାସର ଚତୁର୍ଥ ଦିବସର ଅଷ୍ଟମ ମାସରେ ପାଳନ କରାଯାଏ ।

ରଥଯାତ୍ରା ସାରା ବିଶ୍ୱରେ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱତୀୟା ତିଥିରେ ପାଳନ କରାଯାଏ । ରୀତିନିତି ଓ ପାରିପଟୀ ଦଷ୍ଟିରୁ ଏହା ବୁଦ୍ଧଙ୍ତ ଯାତ୍ରାଠାରୁ ଅଲଗା ରହିଛି । ଆମେ ଯଦି ପୁରାଣ ପଢିବା ତେବେ ଜାଣିପାରିବା ଯେ ପୁରାଣରେ ଅନେକ ଭଗବାନଙ୍କ ରଥଯାତ୍ରା କଥା ବର୍ଣ୍ଣନା କରାଯାଇଛି ।
ଏହାସହ ଏସିଆ ଓ ଇଉରୋପର କେତେକ ଦେଶରେ ରଥଯାତ୍ରା ପାଳନ କରାଯାଇଥାଏ । ତେବେ ଜୈନ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ବୁଦ୍ଧ ଧର୍ମକୁ
ଘୋର ବିରୋଧ କରିଥାଆନ୍ତି । ତେବେ ସେମାନଙ୍କ କହିବା ଅନୁସାରେ ଆମେ ମାନେ ହିଁ ପ୍ରଥମେ ରଥଯାତ୍ରା ଆରମ୍ଭ କରିଥିଲୁ । ତେଣୁ ପ୍ରଥମେ କିଏ ରଥଯାତ୍ରା ଆରମ୍ଭ କରିଥିଲା ତାହା କହିବା କଷ୍ଟ ।

କିନ୍ତୁ ଶାସ୍ତ୍ର ଅନୁସାରେ ପ୍ରତିମା ପୂଜା ପାଇବା ଦିନଠାରୁ ହିଁ ରଥଯାତ୍ରା ହୋଇ ଆସ,ୁଛି । ଅଶୋକଙ୍କ ରାଜତ୍ୱ ସମୟରେ ଏହାର ଆରମ୍ବ ହୋଇଥାଇ ପାରେ ବୋଲି ମଧ୍ୟ କେହି କେହି କହୁଛନ୍ତି । ପରେ ମହାଯାନ ସମ୍ପ୍ରଦାୟ ସମୟରେ ଏହା ମଧ୍ୟ ଆରମ୍ଭ ହୋଇଥାଇ ପାରେ । ବଙ୍ଗ ଜାତୀୟ ଇତିହାସରୁ ଜଣାଯାଏ ଯେ ଗ୍ରୀକ୍ ବୀର ଆଲେକଜାଣ୍ଡର ଭାରତ ଆକ୍ରମଣ ସମୟରେ ବୁଦ୍ଧଦେବଙ୍କର ମୂର୍ତ୍ତି ପୂଜା ଦେଖିନଥିଲେ । ମାତ୍ର ମବର୍ତ୍ତି ପୂଜା ସମ୍ପର୍କରେ ଉଲ୍ଲେଖ କରିଅଛନ୍ତି ।

ହିନ୍ଦୁ ସମାଜରେ ମୂର୍ତ୍ତି ପୂଜା ବୈ÷ଦିକ ଯୁଗରେ ହୋଇନଥିଲା । ଏ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ରହିଛି । ପ୍ରାଚୀନ ଇତିହାସରୁ ଜଣାଯାଏ ଯେ ପ୍ରଥମେ ସୂଯ୍ୟ ଦେବଙ୍କ ପୂଜା କରାଯାଇଥିଲା ଏହି ପୂଜା କେବଳ ଭାରତ ନୁହେଁ ବରଂ ଏସିଆ ଓ ଇଉରୋପରେ ମଧ୍ୟ ପୂଜା କରାଗଲା । ଏବେ ସିସିଲି ଦ୍ୱିପରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଛି । ଭବିଷ୍ୟ ପୁରାଣରେ ବିବରଣୀ ଅନୁସାରେ ସୂର୍ଯ୍ୟଙ୍କ ରଥଯାତ୍ରା ସର୍ବପ୍ରଥମେ ସମାଜରେ ସ୍ଥାନ ପାଇଲା । ଏହି ସମ୍ବନ୍ଧରେ ଏକ ଐତିହାସିକ ବିବରଣୀ ମିଳିବା ପର୍ଯ୍ୟନ୍ତ ପୁରାଣୋକ୍ତି ବିବରଣୀ ଉପରେ ନିର୍ଭର କରିବାକୁ ପଡେ ।

ଏହି ପୁରାଣ ବର୍ଣ୍ଣନା ଅନୁସାରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ଦେବଙ୍କ ରଥଯାତ୍ରା ପାଳନ କରାଯାଏ । ଏହି ରଥର ସାରଥୀ ଅରୁଣ । କାଳକ୍ରମେ ଏହି ଉତ୍ସବର ଗୁରୁତ୍ୱ କମିଯାଇଥିଲେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ଏହାର ପ୍ରଭାବ ଯେ ଯଥେଷ୍ଟ ରହିଛି ଏଥିରେ ସନ୍ଦେହ ନାହିଁ ।

କଥିତ ଅଛି ଯେ, ପୂର୍ବକାଳରେ ବୈଷ୍ମବମାନେ ଶ୍ରୀକୃଷ୍ଣଙ୍କୁ ରଥରେ ବସାଇ ପରିଭ୍ରମଣ କରାଉଥିଲେ । ଏହି ଉତ୍ସବ କାର୍ତ୍ତିକ ମାସରେ ପାଳନ କରାଯାଏ । ବୈାଦ୍ଧ ଧର୍ମ ପ୍ରଭାବରେ ଏହି ଉତ୍ସବ ପ୍ରା୍ରୟ ବିଲୁପ୍ତ ହୋଇଗଲା । ହିନ୍ଦୁ ଧର୍ମର ପୁନରଥାନ କାଳରେ ଜଗନ୍ନାଥ ଦେବଙ୍କର ବିଭିନ୍ନ ଯାତ୍ରାରେ ରଥଯାତ୍ରାର ପ୍ରମାଣ ରହିଛି । ଏହି ରଥଯାତ୍ରାର ରୀତି ପଦ୍ଧତି ବୈଷ୍ଣବ ପଦ୍ଧତିର ଏକ ରୂପାନ୍ତର ବୋଲି ବିଶ୍ୱାସ କରାଯାଏ ।

ସ୍କନ୍ଦ ଓ ପଦ୍ମ ପୂରାଣ ମତରେ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ବିଷ୍ଣୁଙ୍କର ରଥଯାତ୍ରା ଉତ୍ସବ ପାଳନ କରାଯାଏ । କଥିତ ରହିଛି ଯେ, ପ୍ରହଲ୍ଲାଦ ପ୍ରଥମେ ଏହି ରଥ ଟାଣିଥିଲେ ଏବଂ ପରେ ଦେବସିଦ୍ଧ ଗନ୍ଧର୍ବମାନେ ଏହି ଯାତ୍ରାର ଅନୁଷ୍ଠାନ କଲେ ।